ଭୁବନେଶ୍ୱରରୁ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଗଲା ସ୍ୱତନ୍ତ୍ର ଟ୍ରେନ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପୂର୍ବାହ୍ନ ରେ ୫୨୭ ଜଣ ଯାତ୍ରୀଙ୍କୁ ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ୱତନ୍ତ୍ର ଏସି ଏକ୍ସପ୍ରେସ୍ ଯାତ୍ରା ଆରମ୍ଭ କରିଛି। ମୋଟ ୧୭ଟି କୋଚ୍ ଓ ୯୧୬ ସିଟ୍ ଥିବା ଏହି ଟ୍ରେନ୍ରେ ଭୁବନେଶ୍ୱର ଷ୍ଟେସନରୁ ୫୨୭ ଜଣ ଚଢ଼ିଥିବାବେଳେ ଅନ୍ୟାନ୍ୟ ରହଣି ଷ୍ଟେସନ୍ରେ ୪୦୦ ଯାତ୍ରୀ ଚଢ଼ିବେ ବୋଲି ପୂର୍ବତଟ ରେଳପଥପକ୍ଷରୁ ସୂଚନା ଦିଆଯାଇଛି।
ଏହି ସ୍ୱତନ୍ତ୍ର ଟ୍ରେନ୍ ପ୍ରଥମ ଶ୍ରେଣୀ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହ ସଂପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ। ଏହାର ଟିକେଟ୍ଗୁଡ଼ିକ କେବଳ IRCTC ପୋର୍ଟାଲ୍ ଜରିଆରେ ଇଣ୍ଟର୍ନେଟ୍ ଦ୍ୱାରା ବୁକିଂ ହୋଇଥିଲା। ଯେଉଁମାନଙ୍କର କନ୍ଫର୍ମ ଟିକେଟ୍ ଥିଲା ସେହିମାନଙ୍କୁ କେବଳ ଟ୍ରେନ୍ ଭିତରକୁ ଚଢ଼ିବାକୁ ଅନୁମତି ଦିଆଯାଇଥିଲା।