ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ରନ୍ଧା ଏବଂ ଶୁଖିଲା ଖାଦ୍ୟ ବଣ୍ଟନ

0

ସମଗ୍ର ବିଶ୍ୱ ଏବେ ମହାମାରୀ କରୋନା ବିରୋଧରେ ଲଢେ଼ଇ କରୁଛି । ଏହି ମହାମାରୀର ସଂକ୍ରମଣ ରୋକିବାକୁ ସମଗ୍ର ଭାରତ ବର୍ଷରେ ଲକ ଡାଉନ କରାଯାଇଛି । ଏହି ଲକ ଡାଉନ ପାଇଁ ଆମ ରାଜ୍ୟରେ ଅନେକ ସ୍ଥାନରେ ଥିବା ଖଟିଖିଆ ଓ ଦିନମଜୁରିଆଙ୍କ ଅବସ୍ଥା ଶୋଚନୀୟ ହୋଇଯାଇଛି । ଗରିବ ଅସହାୟ ଲୋକଙ୍କ କଷ୍ଟକୁ ଦୁର କରିବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ମାତ୍ର ଏହି କରୋନା ବିରୋଧୀ ଲଢେଇରେ କିଛି ନେତାଙ୍କ ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଗରିବ ଲୋକମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ସେମାନେ ଆଗେଇ ଆସିଛନ୍ତି ।

ସେହିପରି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କର ନିର୍ଦ୍ଦେଶ କ୍ରମେ ସିମୁଲିଆ ନିର୍ବାଚନ ମଣ୍ଡଳୀରେ ବିଜୁ ଛାତ୍ର ଜନତା ଦଳ ଉତ୍ତର ଓଡ଼ିଶାର ସଧାରଣ ସମ୍ପାଦକ କମଳାକାନ୍ତ ପଣ୍ଡାଙ୍କ ନେତୃତ୍ବରେ ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି ।

Leave a comment