ରାଜ୍ୟରେ ଦୈନିକ ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି କରାଯିବ: ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡିଓ କନଫରେନସିଂ ଜରିଆରେ ରାଜ୍ୟର କରୋନା ସଂକ୍ରମଣ ଓ ଏହାରପରିସ୍ଥିତି ସମ୍ପର୍କରେ ବିଷ୍ଠ ଅଧିକାରୀ ମାନଙ୍କ ସହିତ ସମୀକ୍ଷା କିରଛନ୍ତି । ଏଥିରେ ରାଜ୍ୟ ବାହାରୁ ଆସୁଥିବା ଶ୍ରିମକ ମାନଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା, ଅସ୍ଥାୟୀ ସ୍ବସ୍ଥ୍ୟ ଶିବିର, ପରୀକ୍ଷଣ, କୋଭିଡ଼ ଚିକିତ୍ସା ପାଇଁ ଆବଶ୍ୟକୀୟ ଉପକରଣ ସଂଗ୍ରହ, ଫସଲ ପରିସ୍ଥିତି, ଶ୍ରମଭିତ୍ତିକ କାର୍ଯ୍ୟ, ଆଇନ ଶୃଙ୍ଖଳା ଏବଂ ଶିଳ୍ପ କ୍ଷେତ୍ରରେ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତ ଅପେକ୍ଷାକୃତ ଭଲ ରହିଥିବାରୁ ଏବଂ ଏହି ଦିଗରେ ଡାକ୍ତର ଓସ୍ବାସ୍ଥ୍ୟକର୍ମୀ ମାନଙ୍କ ସହିତ ଉତ୍ସର୍ଗୀକୃତ ଭାବେ କାମକରୁଥିବା ପ୍ରଶାସନ, ପୁଲିସ, ଶିକ୍ଷକ ଓ ପଞ୍ଚାୟତିରାଜ ବିଭାଗ, ନଗର ଉନ୍ନୟନ ବିଭାଗ ଓ ପୌରସଂସ୍ଥାର କର୍ମଚାରୀ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ହାସଲ କରିଥିବା ସଫଳତାରେ ଆତ୍ମସନ୍ତୋଷ ଲାଭ ନ କରି ଆଗାମୀ ଦିନରେ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ସ ଦେଇଥିଲେ । ଏହାସହ ମୁଖ୍ୟ ମନ୍ତ୍ରୀ ୮ଟି ଦିଗକୁ ଗୁରୁତ୍ବ ଦେଇଛନ୍ତି । ସେ ଗୁଡିକ ହେଲା

୧- ରାଜ୍ୟରେ ଦୈନିକ ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି କରାଯିବ ।

୨- ସୁରତରୁ ଓଡିଶାକୁ ଦୀର୍ଘ ପଥ ବସରେ ଫେରିବା ସମୟରେ ଖାଇବା ପିଇବା ଅସୁବିଧା, ଅଂଶୁଘାତ, ଦୁର୍ଘଟଣା ଭଲି ସମସ୍ୟା ଦେଖାଯିବା ସହିତ ମହିଳା ଓ ଶିଶୁମାନେ ବିଶେଷ ଅସୁବିଧାରେ ସମ୍ମୁଖିନ ହେଉଥିବାରୁ ସୁରତରୁ କେବଳ ଟ୍ରେନ ଯୋଗେ ଫେରିବା ପାଇଁ ଅନୁମତି ଦିଆଯିବ ।

୩- ଗ୍ରୀନ ଜୋନରେ କୃଷି କାର୍ଯ୍ୟ, ଶିଳ୍ପ, ଶିଳ୍ପ, ଜୀବନଜୀବିକା ଓ ପରିବହନ ସ୍ବାଭାବିକ କରାଯିବ ।

୪- ଶିଳ୍ପ ସଂସ୍ଥା ଗୁଡିକର ସମସ୍ୟା ଖୁବ ଶୀଘ୍ର ସମାଧାନ କରାଯିବ ଏଥିପାଇଁ ମୁଖ୍ୟମନ୍ତ୍ରୀ ଖୁବ ଶୀଘ୍ର ଏକ ଆଦର୍ଶ ନୀତି ପ୍ରଣୟନ କରିବେ ।
୫- ଚାଷୀ ଓ ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କ ଋଣ ସହାୟତା ବୃଦ୍ଧି କରାଯିବ।

୬- ମିଶନ ଶକ୍ତିର ମାଆ ମାନେ ଏହି କଠିନ ପରିସ୍ଥିତିରେ ଏକ କୋଟିରୁ ଅଧିକ ମିଲ ଯୋଗାଇ ସାରିଲେଣି। ତଣୁ ସେମାନଙ୍କୁ ପ୍ରତି ମିଲ ପିଛା ଅଧିକ ୨ ଟଙ୍କା ଲେଖାଏଁ ପ୍ରୋତ୍ସାହନ ମୁଖ୍ୟମନ୍ତ୍ରୀଙ୍କ ରିଲଫ ପାଣ୍ଠିରୁ ଯୋଗାଇ ଦିଆଯିବ।

୭- ଗଞ୍ଜାମ , କେନ୍ଦ୍ରାପଡ଼ା, ଭଦ୍ରକ , ବଲାଙ୍ଗୀର, ଯାଜପୁର ଓ ବାଲେଶ୍ବର ପରି ଜିଲା ଯେଉଁଠାରେ କି ଅଧିକ ଲୋକ ବାହାର ରାଜ୍ୟରେ କାମ କରୁଛନ୍ତି, ତା ଉପରେ ସ୍ବତସନ୍ତ୍ର ଦୃଷ୍ଟି ଦିଆଯିବା ।

୮- ଆଗାମୀ ଖରିଫ ଋତୁ ପାଇଁ ବିହନ ଏବଂ ଅନ୍ୟାନ୍ୟ କୃଷି ଉପକକରଣ ଯେପରି ସୁବିଧାରେ ଚାଷୀମାନେ ପାଇପାରିବେ, ସେ ଦିଗରେ ପଦକ୍ଷେପ ନିଆଯିବ ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଦୈନିକ ୩୫୦୦ ଟେଷ୍ଟି କରାଯାଉଛି ଏବଂ ଆଗାମୀ ଦିନରେ ବାରିପଦା, ବାଲେଶ୍ବର, କୋରାପୁଟ ଓ ବଲାଙ୍ଗୀରରେ ମଧ୍ୟ ଟେଷ୍ଟିଂ ସୁବିଧାରେ ବିକାଶ କରାଯିବ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୬ ହଜାର ଟେଷ୍ଟିଂ ହୋଇଥିବା ବେଳେ ଏଥିମଧ୍ୟରୁ ୧୭୦ଟି ପଜିଟିଭ ଆସିଛି ।

ସାରା ଦେଶରେ ପ୍ରତି ୧୦ ଲକ୍ଷରେ ୭୭୩ଟି ଟେଷ୍ଟିଂ ହେଉଥିବା ବେଳେ ପ୍ରତି ୧୦ ଲକ୍ଷରେ ହଜାର ଟେଷ୍ଟି କରାଯାଉଛି। ଏହି ବୈଠକରେ ମୁଖ୍ୟ ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a comment