ଆଜି ୭ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କଲେ ସରକାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ ଆଜି ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି। ସେଥିରୁ
ସୁନ୍ଦରଗଡରୁ ୪ଜଣ ଥିବାବେଳେ ଭଦ୍ରକରୁ ୩ଜଣ ଆକ୍ରାନ୍ତ ରହିଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଆଜି ଚିହ୍ନଟ ହୋଇଥିବା ୭ ଆକ୍ରାନ୍ତଙ୍କ ବିବରଣୀ ପ୍ରଦାନ କରିଛି। ଭଦ୍ରକରୁ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରେ ଦୁଇଜଣ ବାସୁଦେବପୁର ବ୍ଲକର ରହିଥିବାବେଳେ ଜଣେ ବନ୍ତ ବ୍ଲକର ରହିଛନ୍ତିି।
ଏହି ୩ ଜଣ ଆକ୍ରାନ୍ତ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ ୪୫,୨୯ ଓ ୨୮ ବର୍ଷ ବୋଲି ସୂଚନା ମିଳିଛି । ଏମାନଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଥିବା ରାଜ୍ୟ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆଜି ଚିହ୍ନଟ ହୋଇଥିବା ୭ ଜଣଙ୍କ ମଧ୍ୟରେ ସୁନ୍ଦରଗଡ ଜିଲାରୁ ୪ ଜଣ ରହିଥିଲେ ।
First Health Update, 28 April
3 Positive Cases in Bhadrak
45 yr Male, 28 yr Male & 29 yr Male
(WB link. All asymptomatic.)4 Positives from Nala Road, Rourkela
55 yr Female, 35 yr Female, 38 yr Male & 27 yr Male
(All contacts. All asymptomatic.)Total positive case-118
— I & PR Department, Odisha (@IPR_Odisha) April 28, 2020
ସେମାନେ ସମସ୍ତେ ରାଉରକେଲାର ନାଲାରୋଡ ଅଞ୍ଚଳର ବୋଲି ସୂଚନା ମିଳିଛି । ଏହି ୪ଜଣଙ୍କ ମଧ୍ୟରେ ଦୁଇଜଣ ମହିଳା ରହିଥିବାବେଳେ ଦୁଇଜଣ ପୁରୁଷ ରହିଛନ୍ତି । ଦୁଇ ମହିଳାଙ୍କ ବୟସ ଯଥାକ୍ରମେ ୫୫, ୩୫ ଥିବା ବେଳେ ଦୁଇ ପୁରୁଷଙ୍କ ବୟସ ଯଥାକ୍ରମେ ୩୮, ୨୭ ବର୍ଷ ରହିଥିବା ବିଭାଗ ସୂଚନା ଦେଇଛି। ଏମାନେ ସମସ୍ତେ ଗୋଟିଏ ପରିବାରର ହୋଇଥିବା ଜଣାପଡିଛି।