୪ଟି ବସରେ ସୁରତରୁ ଓଡିଶା ଫେରିଲେ ଶ୍ରମିକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲକ୍ଡାଉନ ଘୋଷଣା କରିବାପରେ କାମଧନ୍ଦା ନପାଇ ଲକ୍ଷଲକ୍ଷ ପ୍ରବାସୀ ଓଡିଆ ଶ୍ରମିକମାନେ ବିିଭିନ୍ନ ସ୍ଥାନରେ ଫଶି ରହିଛନ୍ତି। ଖାଇବା ପିଇବାକୁ ନପାଇ ଶ୍ରମିକମାନେ ନିର୍ଯାତନାର ଭିଡିଓ ମଧ୍ୟ ସେୟାର କରିଥିଲେ। ଏହି ଶ୍ରମିକମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ କଥାବାର୍ତା କରିଥିଲେ। ଆଜି ସୁରଟରୁ ୪ଟି ବସରେ ଯୋଗେ ୨ଶହରୁ ଅଧିକ ପ୍ରବାସୀ ଓଡିଆ ଶ୍ରମିକମାନେ ଗଞ୍ଜାମ ଫେରି ଆସିଥିବା ଜଣାପଡିଛି ।
ସୂଚନାଯୋଗ୍ୟ,ଏହି ଶ୍ରମିକମାନଙ୍କୁ ଅଂଚଳରେ ଥିବା କ୍ୱାରେଂଟାଇନ୍ରେ ରଖାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ୧୪ ଦିନ ପାଇଁ ସୁରଟରୁ ଆସିଥିବା ଶ୍ରମିକମାନେ କ୍ୱାରେଂଟାଇନରେ ରହିବେ । ଶ୍ରମିକମାନେ ଗଞ୍ଜାମରେ ପହଚିଂବା ପରେ ଅଂଚଳବାସୀ ଖୁସି ପ୍ରକଟ କରିଛନ୍ତି । ଅନ୍ୟପଟେ ଆହୁରୀ ଲକ୍ଷଲକ୍ଷ ଓଡିଆ ଶ୍ରମିକ ଫଶି ରହିଥିବାରୁ ସେମାନଙ୍କୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ ଆରମ୍ଭ କରିଛନ୍ତି ।