ଆଉ ୫ କରୋନା ପଜେଟିଭ, ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୦୮

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଉ ୫ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହି ୫ଜଣ ବାଲେଶ୍ୱର ଜିଲ୍ଲାର ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି । ଏହାକୁ ମିଶାଇ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୧୦୮ରେ ପହଞ୍ଚିଛି ।

ସୂଚନା ଅନୁଯାୟୀ, ରାଜ୍ୟରେ କରୋନା ସ୍ଥିତକୁ ନେଇ ଗତକାଲି ରାତିରେ ୨୨ଜଣ ବରିଷ୍ଠ ଆଇଏସ୍‌ଙ୍କୁ କରୋନା ମୁକାବିଲା ପାଇଁ ଦାୟିତ୍ୱ ଦିଆଯାଇଛି । ଏଥିମଧ୍ୟରୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ମଧୁସୁଦନ ପାଢ଼ୀ ଓ ରତ୍ନାକର ରାଉତଙ୍କୁ ଦାୟିତ୍ୱ ଦିଆଯାଇଛି । ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏ ନେଇ ରାଜ୍ୟ ପାଇଁ ଚିନ୍ତା ବଢ଼ିଯାଇଛି ।

Leave a comment