ଶ୍ରୀମନ୍ଦିର ଭିତରେ ଚାପ ଖେଳିବେ ଶ୍ରୀଜିଉ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିର ନୀତିକାନ୍ତିକୁ ନେଇ ଆଜି ବଡ଼ ନିଷ୍ପତି ନିଆଯାଇଛି । ଶ୍ରୀମନ୍ଦିର ଭିତରେ ଚାପ ଖେଳିବେ ଶ୍ରୀଜିଉ। ନରେନ୍ଦ୍ର ପୁଷ୍କରିଣୀ ଢାଂଚାରେ ଦୁଇଟି ଜଳକୁଣ୍ଡରେ ୨୧ ଦିନ ଧରି ଶ୍ରୀଜିଉଙ୍କ ନୌକାବିହାର ହେବ। ଏଥିପାଇଁ ଶ୍ରୀମନ୍ଦିର ଭିତରେ ଦୁଇଟି ଅସ୍ଥାୟୀ ଜଳକୁଣ୍ଡ ସ୍ଥାପନ ହେବ । ଆଜି ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ସେହିପରି ଆସନ୍ତାକାଲି ଅକ୍ଷୟତୃତୀୟାରେ ଶ୍ରୀମନ୍ଦିର ଭିତରେ ସମସ୍ତ ନୀତିକାନ୍ତି କରାଯିବ । ଚାହାଣୀ ମଣ୍ଡପ ନିକଟକୁ ୩ଟି ରଥକାଠ ନିଆଯିବ । ଅକ୍ଷିତୃତୀୟାରେ ରଥ ଅନୁକୂଳ ନୀତି କରାଯିବ ।
ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ନୀତି ଓ ଚନ୍ଦନ ଯାତ୍ରାର ବିଧି । ଲକଡାଉନ କଟକଣା ଯୋଗୁଁ ମହାପ୍ରଭୁଙ୍କର କୌଣସି ପର୍ବ ବାହାରେ ହୋଇପାରିବ ନାହିଁ । ତେଣୁ ଶ୍ରୀମନ୍ଦିରର ପରମ୍ପରା ଓ ବିଧିକୁ କେମିତି ବଜାୟ ରଖି ହେବ, ସେଥିପାଇଁ ମହାପ୍ରଭୁଙ୍କ ସମସ୍ତ ପର୍ବକୁ ମନ୍ଦିର ଭିତରେ କରିବା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଦେଇଛନ୍ତି ।
ଗତକାଲି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ନିଷ୍ପତି ନିିଆଯାଇଥିବା ବ୍ୟବସ୍ଥାରେ, ଶ୍ରୀମନ୍ଦିର ଭିତରେ ହେବାକୁ ଥିବା ଏହି ନୀତି ସ୍ଥାନକୁ ପରଖିଛନ୍ତି ସେବାୟତ । ଉପମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଜି ବୈଠକ ବସିଥିଲା। ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ରଥକାଠ ପୂଜା ଏବଂ ବାହାର ଚନ୍ଦନ ଯାତ୍ରା ବିଧିକୁ ଶ୍ରୀମନ୍ଦିର ଭିତରେ କିପରି କରାଯିବ ସେନେଇ ଏହି ବୈଠକରେ ଆଲୋଚନା ହୋଇଥିଲା ।