ଲଗାଣ ବର୍ଷାରେ ସ୍ମାର୍ଟ ସିଟି ବେହାଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ହେବା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ରାତିରୁ ବର୍ଷା ଲାଗି ରହିଛି। ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଚାଷୀ ମହଲରେ ଆନନ୍ଦ ଦେଖା ଦେଇଥିବା ବେଳେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ଏହି ଲଗାଣ ବର୍ଷା ସ୍ବାର୍ଟସିଟି ଭୁବନେଶ୍ୱର କୁ ଜଳମଗ୍ନ କରିଛି । ରସୁଲଗଡ଼, ଜୟଦେବ ବିହାର ଓ ଆଚାର୍ଯ୍ୟ ବିହାର ସମେତ ନୁଆପଲ୍ଲୀର ଇସ୍କନ ମନ୍ଦିର ଆଗ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ଭାଙ୍ଗୁଥିବା ଦେଖାଦେଇଛି। ମୌସୁମୀ ସକ୍ରିୟ ହେବା ଦ୍ୱାରା ଆହୁରୀ ୪୮ ଘଣ୍ଟା ଧରି ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ବର୍ଷାଯୋଗୁ ରାଜଧାନୀରେ ଲୋକମାନେ ବିଭିନ୍ନ କାର୍ଯ୍ୟ ପାାଇଁ ଘରୁ ବାହାରି ନଥିବା ଜଣାପଡିଛି। ଆସନ୍ତାକାଲି ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଆଭ୍ୟନ୍ତରୀଣ ଓ ଅଳ୍ପ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ, ଉତ୍ତର ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ପରବର୍ତ୍ତୀ ଦୁଇଦିନରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହାଛଡ଼ା ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାକୁ ୪୫କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବା ପାଇଁ ବାରଣ କରାଯାଇଛି।

Leave a comment