ମଦପିଇ ଅଫିସ ଆସିଲେ ଚାକିରି ଯିବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧାନସଭା କର୍ମଚାରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ । ବିଧାନସଭାରେ ପାନ ଖାଇ ଛେପ ପକାଇବା,ସିଗାରେଟ ଟାଣିବା କିମ୍ବା ମଦ୍ୟପାନ କରି ଆସିବା ମନା। ଏ ସବୁ ନିୟମ ନ ମାନିଲେ କଲେ ବିଧାନସଭା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ । ବିଧାନସଭାର କୌଣସି କର୍ମଚାରୀ ମଦ୍ୟପାନ କରିଥିଲେ, ସିଗାରେଟ ଟାଣୁଥିଲେ, କିମ୍ବା ପାନ ଖାଇ ଛେପ ପକାଇଲେ ଚାକିରିରୁ ବହିସ୍କୃତ ହେବା ବୋଲି ଚେତାଇ ଦେଇଛନ୍ତି ବାଚସ୍ପତି ।
ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେବା ପରେ ଓଡିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ପ୍ରତିକ୍ରିୟା। ପ୍ରତି ବିଧାନସଭା କ୍ଷେତ୍ରରେ ବିଧାୟକ ମାନେ ଖୋଲିବେ ସ୍ୱତନ୍ତ୍ର ପ୍ରକୋଷ୍ଟ। ତାଙ୍କ ଅଂଚଳର ଶ୍ରମିକ ରାଜ୍ୟ ବାହାରେ ଥିବା ନେଇ ପ୍ରସ୍ତୁତ କରିବେ ତାଲିକା। କୌଣସି ସ୍ଥାନରେ ତଥା କୌଣସି ରାଜ୍ୟରେ ଶ୍ରମିକ ନିର୍ଯାତନାର ଶିକାର ହେଉଥିଲେ ବିଧାନସଭା ବାଚସ୍ପତିଙ୍କ ଜରିଆରେ ଲୋକସଭା ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରାଯିବ।
ଆସନ୍ତାକାଲିଠାରୁ ସମସ୍ତ ବିଧାୟକ ନିଜ ନିଜ ଅଂଚଳରେ ସ୍ୱତନ୍ତ୍ର ପ୍ରକୋଷ୍ଟ ଖୋଲିବା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦେଶ ଦେଇଥିବା ଜଣାପଡିଛି।