0

ବିଜେପି ପାଳିଲା କଳା ଦିବସ
Black day celebrated by BJB

କଂଗ୍ରେସ ଉପରେ ବର୍ଷିଲେ ସ୍ମୃତି

ଓଡିଶା ଫାଷ୍ଟ(ବ୍ୟୁରୋ): ଗତକାଲି ବିଜେପି ପାଳିଥିଲା କଳା ଦିବସ। ୧୯୭୫ ମସିହା ଜୁନ ୨୬ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏହା ବିରୋଧରେ ଗତକାଲି ବିଜେପି ପୁରା ଦେଶରେ କଳା ଦିବସ ପାଳନ କରିଥିଲା । ଏ ନେଇ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ଓଡ଼ିଶାରେ ପହଞ୍ଚିଥିଲେ । ସେ ଏୟାରପୋର୍ଟରୁ ସିଧା ଶହୀଦନଗରସ୍ଥିତ ବୁଣାକାର ସେବା କେନ୍ଦ୍ରରେ ପହଞ୍ଚିଥିଲେ । ସେବା କେନ୍ଦ୍ର ବୁଲି ଦେଖିବା ପରେ ସ୍ମୃତି ଇରାନୀ ହୋଟେଲ ନ୍ୟୁ ମ୍ୟାରିଅନଠାରେ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ସାମିଲ ହୋଇଥିଲେ। ଏହାପରେ ଅପରାହ୍ନ ୧ଟାରେ ବିଜେିପି ରାଜ୍ୟ କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଥିଲେ । ଏଥିରେ ସେ କହିଥିଲେ ଯେ, କଂଗ୍ରେସର ଗୋଟିଏ ପରିବାର କ୍ଷମତାକୁ ଉପଭୋଗ କରିବା ପାଇଁ ଲୋକତନ୍ତ୍ର ଓ ସମ୍ବିଧାନକୁ ଆହୁତି ଦେଇଥିଲା । ଗୋଟିଏ ପରିବାର ପାଇଁ ଲକ୍ଷାଧିକ ଲୋକଙ୍କ ସମ୍ବିଧାନିକ ଅଧିକାରକୁ ଜଳାଞ୍ଜଳି ଦିଆଯାଇଥିଲା । ଲୋକତନ୍ତ୍ରର ସୁରକ୍ଷା ଓ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ୨ଲକ୍ଷରୁ ଅଧିକ ଲୋକଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯାଇଥିଲା। ଏହାସତ୍ତ୍ୱେ ବି ଆନ୍ଦୋଳନ ଥମି ନଥିଲା। ଆନ୍ଦୋଳନକାରୀମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରୁ ମୁକ୍ତି ପାଇବା ପାଇଁ ଆନ୍ଦୋଳନକାରୀ, ରାଜନୈତିକ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜେଲରେ ଭର୍ତ୍ତି କରାଯାଇଥିଲା । ଡା. ହରେକୃଷ୍ଣ ମହତାବ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀଙ୍କ ପରି ବହୁ ନେତା ବନ୍ଦୀ ଜୀବନ କାଟିଥିଲେ । ଏମାନେ ସମ୍ବିଧାନର ସୁରକ୍ଷା ପାଇଁ ବହୁ ବଳିଦାନ ଦେଇଛନ୍ତି। ସେମାନଙ୍କୁ ନମସ୍କାର କରିବା ପାଇଁ ଆଜି ମୁଁ ଓ ଆସିଛି ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

Leave a comment