ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦୁଝର ଜିଲ୍ଲାର ବମେଵାରୀ ଥାନା ଅଧୀନସ୍ଥ ଅଞ୍ଚଳରେ ଏକ ୬ବର୍ଷୀୟ ନାବାଳିକା କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ପୋଲିସ ନାବାଳିକାଟିର ମୃତଦେହ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର କରିବା ସହ ଏନେଇ ଏକ ମାମଲା ରଜୁ କରି ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ବମେଵାରୀ ଥାନା ଅଧୀନସ୍ଥ ଏକ ପରିବାର ତାଙ୍କ ନାବାଳିକା ଝିଅର ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଥିଲେ । ଝିଅଟିର ମୃତଦେହ ପାଖ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ପଡୋଶୀ ନାବାଳକ ଏପରି କାଣ୍ଡ ଘଟାଇ କାଠ ଫାଳିଆରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ଆସିଛି । ପୋଲିସ ନାବାଳକକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।

Leave a comment