ମେ ୩ତାରିଖ ପର୍ଯ୍ୟନ୍ତ ବଢ଼ିଲା ଲକ ଡାଉନ: ପ୍ରଧାନମନ୍ତ୍ରୀ ମୋଦି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲକ ଡାଉନ ଅବଧି ବଢାଇଲେ ପ୍ରଧାନମନ୍ତ୍ରୀ ମୋଦି । ମେ ୩ତାରିଖ ପର୍ଯ୍ୟନ୍ତ ବଢ଼ିଲା ଲକ ଡାଉନ । ଏନେଇ ସରକାରଙ୍କ ତରଫରୁ ଗାଇଡ଼ ଲାଇନ ଜାରି କରାଯିବ । ଆଜି ସକାଳ ୧୦ଟାରେ ସମଗ୍ର ଦେଶବାସୀଙ୍କୁ ଉଦବୋଧନ ଦେଇ କହିଥିଲେ କି, ଲକ ଡାଉନ ପାଇଁ ଆପଣମାନେ ଅନେକ କଷ୍ଟ ସହି ଆମଦେଶ, ଭାରତବର୍ଷ କୁ ବଞ୍ଚାଇଛନ୍ତି । ତେଣୁ ମୁଁ ଆପଣମାନଙ୍କୁ ପ୍ରଣାମ କରୁଛି ।

ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି, ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କ ସହ ବିଚାର ବିମର୍ଷ କରିବା ପରେ ସେ ସମଗ୍ର ଦେଶର ହିତକୁ ଦୃଷ୍ଟିରେ ରଖି ଲକ ଡାଉନର ଅବଧି କୁ ମେ ୩ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି । ସେହିପରି ପ୍ରତି ରାଜ୍ୟର ପ୍ରତି ଥାନା ଅନୁଯାୟୀ ସମୀକ୍ଷା କରାଯିବ । ଯେଉଁ ଅଞ୍ଚଳରେ ୨୦ ଅପ୍ରେଲ ପର୍ଯ୍ୟନ୍ତ କରୋନା ର କୌଣସି ନୂଆ କେସ ନଆସେ ସେ ଅଞ୍ଚଳରେ ଲକ ଡାଉନ ନିୟମକୁ କୋହଳ କରାଯିବ । ନିୟମ କୋହଳ ହେବାପରେ ସେ ସ୍ଥାନର ଲୋକଙ୍କ କାର୍ଯ୍ୟକ୍ରମରେ ବ୍ୟତିକ୍ରମ ଦେଖାଦେଲେ ଲକ ଡାଉନ ନିୟମକୁ କଡାକଡି କରାଯିବ ।

Leave a comment