ପିତାଙ୍କ ଶେଷ ଦର୍ଶନ କରି ପାରିଲେନି ଡାକ୍ତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବର୍ତ୍ତମାନ ସମୟରେ କର୍ତ୍ତବ୍ୟକୁ ପ୍ର।ଧ।ନ୍ୟ ଦେଇ ଜଣେ ଡାକ୍ତର ତାଙ୍କ ପିତାଙ୍କର ଶେଷ ଦର୍ଶନ କରିପାରିନଥିବା ଚର୍ଚ୍ଚାର ବିଷୟ ହୋଇଛି । ଏପରି ଘଟଣା ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ବିଭାଗରେ ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ.ଶଶୀ ଭୂଷଣ ମହାପାତ୍ରଙ୍କ ପିତାଙ୍କର ଗତକାଲି ମୃତ୍ୟୁ ହୋଇଥିଲା । ପିତା ଦୁର୍ଯ୍ୟୋଧନ ମହାପାତ୍ରଙ୍କ ଦେହାନ୍ତ ଖବର ଆସିବା ପରେ ସେ ଭାଙ୍ଗି ନପଡି ନିଜ କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେଇଛନ୍ତି । ଆମ ରାଜ୍ୟ ବର୍ତ୍ତମାନ କରୋନା କବଳରେ କବଳିତ । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଦାୟିତ୍ୱ ଆଗରେ ହାରି ଯାଇଛି ପୁତ୍ରର କର୍ତ୍ତବ୍ୟ ।

ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲାର କଲନଗିରି ଗ୍ରାମର ଡ. ମହାପାତ୍ର ବର୍ତ୍ତମାନ ୩ଟି ଦାୟିତ୍ୱରେ ଥିବା ବେଳେ କରୋନା ପାଇଁ ତାଙ୍କୁ ବିଭିନ୍ନ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି । ତେଣୁ ମାଲକାନଗିରି ଜିଲ୍ଲାର ଲୋକଙ୍କ ହିତ ଦୃଷ୍ଟିରୁ ସେ ନିଜ ପିତାଙ୍କ ଅନ୍ତ୍ୟୋଷ୍ଟିକ୍ରିୟାକୁ ଯାଇନଥିବା ସୂଚନା ମିଳିଛି । ଡ. ମହାପାତ୍ର ପରିବାରର ଜ୍ୟୋଷ୍ଠ ପୁତ୍ର ହୋଇ ମଧ୍ୟ ନିଜ ସାନଭାଇକୁ ମୁଖାଗ୍ନି ଦେବାକୁ ଅନୁରୋଧ କରଥିଲେ ।

Leave a comment