୩ ମାସର ଦରମା ଦାନକଲେ ପ୍ରଣବ ପ୍ରକାଶ ଦାସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୩ମାସର ଦରମା ଦେଇଛନ୍ତି ଯାଜପୁର ର ବିଜେଡ଼ି ବିଧାୟକ ପ୍ରଣବ ପ୍ରକାଶ ଦାସ । ସେହିପରି ଅଶୋକ ପଣ୍ଡା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରାଜେନ୍ଦ୍ର ସାହୁ, ପ୍ରତାପ ଜେନା, ପ୍ରଶାନ୍ତ ଜଗଦେବ, ଧ୍ରୁବ ସାହୁ ମଧ୍ୟ ୩ ମାସର ଦରମା ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ, ଗତକାଲି କରୋନା ଫଣ୍ଡକୁ ୩ମାସର ଦରମା ଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ କରୋନା ପ୍ରଭାବିତଙ୍କ ସହାୟତା ପାଇଁ ସ୍ୱତଃପ୍ରବୃତ୍ତ ଭାବେ ଦାନ କରିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ମାର୍ଚ୍ଚ ୨୯ସୁଦ୍ଧା ସିଏମ ରିଲିଫ ଫାଣ୍ଡିକୁ ଦାନ କରିବା ନେଇ ବିଜେଡ଼ି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଆହ୍ୱାନ ଦେଇଥିଲେ ।