ଝଡ଼ତୋଫାନରେ ନିଖୋଜ ହୋଇଥିଲେ ଧୀବର, ଆଜି ମୃତଦେହ ଉଦ୍ଧାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେବଗଡ଼ ଜିଲ୍ଲା ବାରକୋଟ ଥାନା ପଡିଆନାଳି ଗ୍ରାମ ନିକଟରେ ଥିବା ରେଙ୍ଗାଲିନଦୀବନ୍ଧ ଜଳଭଣ୍ଡାରରେ ଗତକାଲି ସନ୍ଧ୍ୟାରେ ଝଡ଼ତୋଫାନ କାରଣରୁ ଡ଼ଙ୍ଗାବୁଡି ଜଣେ ଧୀବର ନିଖୋଜ ହୋଇଯାଇଥିଲେ । ଆଜି ସକାଳେ ଅଗ୍ନିଶମ ବାହିନୀ ନିଖୋଜ ଧୀବର ର ମୃତଦେହ ଉଦ୍ଧାର କରିଛି । ତେବେ ପ୍ରତିକୂଳ ପାଗ ଓ ଅନ୍ଧାର ଯୋଯୋଗୁଁ ଗତକାଲି ଉଦ୍ଧାର କାର୍ଯ୍ୟ ରୋକା ଯାଇଥିଲା ।
ସୂଚନା ଅନୁଯାଇ, ବାଲିରୋଇ ଗ୍ରାମର ୧୦/୧୫ ଜଣ ଧୀବର ମାଛ ମାରିବାକୁ ରେଙ୍ଗାଲି ଜଳଭଣ୍ଡାରକୁ ପଶି ଥିବାବେଳେ ଅପରାହ୍ନ ରେ ଝଡ଼ତୋଫାନ ହେବାରୁ ପବନ ଯୋଗୁଁ ସମସ୍ତଙ୍କ ଡ଼ଙ୍ଗା ଜଳ ଭଣ୍ଡାର ରେ ବୁଡି ଯାଇଥିଲା । ତେବେ ଝଡ଼ ଆରମ୍ଭ ପୂର୍ବରୁ କେତେକ ଧୀବର କୂଳକୁ ଫେରି ଆସିଥିବା ବେଳେ ସଂବାରୁ ହରିଜନ, ରଜନୀ ଧୀବର, ମଙ୍ଗଳୁ ଧୀବର, ଦୁଃଖବନ୍ଧୁ ସାମଲ ଓ ହେମନ୍ତ ଧୀବର ସମେତ ଅନ୍ୟ କେତେକ ଜଳ ଭଣ୍ଡାର ରେ ବୁଡି ଯାଇଥିଲେ। କୂଳରେ ଥିବା କେତେକ ଧୀବର ଏହା ଦେଖି ଗ୍ରାମବାସୀ ଓ ଦମକଳ ବାହିନୀ ସହାୟତା ରେ ସେମାଙ୍କୁ ଉଦ୍ଧାର କରିଥିଲେ । ଦୁଃଖବନ୍ଧୁ ଗୁରୁତର ଥିବାବେଳେ ହେମନ୍ତ ନିଖୋଜ ହୋଈ ଯାଇଥିଲେ । ଅନୁରୂପ ଭାବେ ବଡ଼ତଇଲା ଗ୍ରାମର ୫ ଜଣ ଧୀବର ଗ୍ରାମ ନିକଟ ରେଙ୍ଗାଲି ଜଳ ଭଣ୍ଡାର ରେ ମାଛ ଧରିବାକୁ ଯାଇଥିବା ବେଳେ ଝଡ଼ତୋଫାନ କାରଣ ରୁ ସେମାନଙ୍କ ଡ଼ଙ୍ଗା ଜଳଭଣ୍ଡାର ରେ ବୁଡି ଯାଇଥିବା ବେଳେ ପାଣପୋଷି ଗ୍ରାମ ନିକଟସ୍ଥ ଜଳ ଭଣ୍ଡାର ରେ ୨ ଟି ଡ଼ଙ୍ଗା ବୁଡି ଯାଇଥିଲା ।
ଗ୍ରାମବାସୀଙ୍କ ସହାୟତା ରେ ସେମାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ଡ଼ଙ୍ଗା ଜଳ ଭଣ୍ଡାର ରେ ବୁଡି ଯାଇଥିଲା । ଗତକାଲି ଝଡ଼ ତୋଫାନ ପ୍ରଭାବ ରେ ଜଳ ଭଣ୍ଡାର ମଧ୍ୟରେ ମୋଟ ୧୮ ଟି ଡ଼ଙ୍ଗା ବୁଡି ଯାଇଥିବା ବେଳେ ଗ୍ରାମବାସୀ ଓ ଦମକଳ ବାହିନୀ ସହାୟତା ରେ ୧୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ହେମନ୍ତ ଧୀବର ଙ୍କ ମୃତ ଦେହ ଆଜି ଉଦ୍ଧାର କରା ଯାଇଛି ।
ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯିବା କୁ ଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ଦେଖା ଦେଇଛି ଡଂଗାବୁଡି ହୋଈ କ୍ଷତି ଗ୍ରସ୍ତ ପରିବାର ନିକଟ କୁ ଆଜି ଜିଲ୍ଲା ବି ଜେ ଡ଼ି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ ପହଂଚି ସରକାରୀ ସହାୟତା ପାଈଁ ଆଶ୍ୱାସନା ଦେବାସହ ମୃତକ ଙ୍କ ପରିବାର କୁ ଆର୍ଥିକ ସହାୟତା କରିଥିଲେ । ତେବେ ଧୀବର ମାନଙ୍କ ଜୀବନ ଜୀବିକା ଶୈଳୀରେ ସୁଧାର ପାଈଁ ସରକାରଙ୍କ ପକ୍ଷରୁ ବହୁ ଯୋଜନା ରହିଥିଲେ ମଧ୍ୟ ଜିଲ୍ଲା ମତ୍ସ୍ୟ ବିଭାଗ ର ସ୍ଥାଣୁତା ପାଈଁ ଜିଲ୍ଲା ର ଗରିବ ଧୀବର ଙ୍କ ନିକଟ କୁ କୌଣସି ଯୋଜନା ପହଂଚୁ ନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।