ରାଜ୍ୟରେ ଚିହ୍ନଟ ହେଲା ଦ୍ଵିତୀୟ କରୋନା ସଂକ୍ରମିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହେଲା ଦ୍ଵିତୀୟ କରୋନା ସଂକ୍ରମିତ । ଆଜି ଭୁବନେଶ୍ୱରର ଆରଏମଆରସିରେ ୧୪ ନମୁନା ପରୀକ୍ଷା କରାଯାଇଥିବା ବେଳେ ଗୋଟିଏ ପଜିଟିଭ୍ ବାହାରିଥିବା ଜଣାପଡ଼ିଛି । ଯାହାକି ଓଡ଼ିଶାରେ ଦ୍ୱିତୀୟ କୋରୋନା ଆକ୍ରାନ୍ତ ।
Today 14 samples were tested at RMRC Bhubaneswar out of which one is positive for #COVID2019
This is the second positive case in Odisha.
The second confirmed case has also a travel history to a COVID 19 affected country.
State Surveillance Unit has initiated contact tracing.— H & FW Dept Odisha (@HFWOdisha) March 19, 2020
ତେବେ ଆକ୍ରାନ୍ତ ବ୍ୟକ୍ତି କୋରୋନା ପ୍ରଭାବିତ ଦେଶରୁ ସ୍ୱେଦେଶ ଫେରିଥିବା ନେଇ ସୂଚନା ମିଳିଥିବା ବେଳେ ଖୁବଶୀଘ୍ର ତାଙ୍କ ଭ୍ରମଣ ତଥ୍ୟ ଖୋଜାଯିବ ବୋଲି ଜଣାପଡ଼ିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରାଯିବ ।