କୋରୋନା ମୁକାବିଲା ପାଇଁ ବିଏମସି ଗଠନ କଲା ୩ ଟି ଟିମ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସାରା ଦେଶରେ ଆତଙ୍କ ଖେଳାଇଛି କୋରୋନା ଭାଇରସ । ଏହି ଭାଇରସ ପ୍ରଭାବକୁ ରୋକିବା ପାଇଁ ସରକାର ରାଜ୍ୟରେ ସମସ୍ତ ସ୍କୁଲ, କଲେଜ, ସପିଂ ମଲ ଓ ସିନେମା ହଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି । ଏପରି ସ୍ଥିତିରେ କୋରନ। ମୁକାବିଲା ପାଇଁ ସରକାରଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାକୁ ବିଏମସି ପକ୍ଷରୁ ୩ ଟି ଟିମ୍ ଗଠନ କରାଯାଇଛି।
ଏହି ଟିମ୍ରେ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଏହାସହ ଟିମ୍ରେ ୩ ଜଣ ଅତିରିକ୍ତ କମିଶନର, ୨ ଜଣ ଏନଫୋର୍ସମେଣ୍ଟ ଅଧିକାରୀ ଅଛନ୍ତି । କୌଣସି ବିବାହ କିମ୍ବା ରିସେପ୍ସନ ପାର୍ଟି ବନ୍ଦ କରିବାକୁ ନିର୍ଦ୍ଦେଶ ନାହଁ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଲୋକେ ନିଜେ ସଚେତନ ହେବାକୁ ପରାମର୍ଶ ଦିଆଯାଇଛି ।
ବିଏମସି ଓ ବିଡିଏ ଅଫିସରରେ ପାନ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା ପାଇଁ ବି ଆଦେଶ ଦିଆଯାଇଛି। ଅନ୍ୟପକ୍ଷେ ଏହି ଟିମ ସାନିଟାଇଜର କଲବଜାରୀକୁ ତଦାରଖ କରିବେ।