ନାଗା ବାବାଙ୍କୁ ନିର୍ଘାତ ବାଡେଇ ୭ କିନ୍ନର ଗିରଫ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗତକାଲି ଖଣ୍ଡଗିରି ବସଷ୍ଟାଣ୍ଡ ନିକଟସ୍ଥ ତପୋବନରେ ମଠ କରି ରହୁଥିବା ଜଣେ ନାଗା ବାବା ଙ୍କୁ କିନ୍ନର ମନେ ସଂଘବଦ୍ଧ ଭାବରେ ଆକ୍ରମଣ କରିବା ଘଟଣାରେ ପୋଲିସ ୭ ଜଣ କିନ୍ନରଙ୍କୁ ଗିରଫ କରିଛି । ଏହି ଘଟଣା ରେ ସଂପୃକ୍ତ ଅନ୍ୟ କିଛି କିନ୍ନର ଏପର୍ଯ୍ୟନ୍ତ ଫେରାର ଅଛନ୍ତି। ପୋଲିସ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ତଲାସୀ ଜାରୀରଖିଛି।
ସେଠାକାର ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ ବହୁଦିନ ହେଲାଣି ରାତି ରେ ଏହି କିନ୍ନର ମନେ ବାବାଙ୍କ ଆଶ୍ରମ ଓ ଖଣ୍ଡଗିରି ପାହାଡ ନିକଟରେ ଦେହବେପାର ଚଳାଇ ଆସୁଛନ୍ତି। ବାବା ଏହାର ବିରୋଧ କରିବାରୁ କିନ୍ନର ମାନଙ୍କ ଆକ୍ରମଣ ର ଶିକାର ହେବାକୁ ପଡିଛି।
ରାଜଧାନୀର ଏହି ବ୍ୟସ୍ତବହୁଳ ଅଞ୍ଚଳରେ ତାହା ପୁଣି ସାଧାରଣ ଜନତାଙ୍କ ସମ୍ମୁଖରେ ଦ୍ୱିପ୍ରହର ସମୟରେ ଜଣେ ନାଗା ବାବାଙ୍କୁ ଗୋଡ଼ାଇ ଗୋଡ଼ାଇ କିନ୍ନର ପିଟିବା ଭିଡ଼ିଓ ଭାଇରାଲ ହେବାପରେ ଖଣ୍ଡଗିରି ପୋଲିସର ନିଦ ଭାଙ୍ଗିଛି। ଭାଇରାଲ ଭିଡ଼ିଓ ପାଇଁ ବାଧ୍ୟ ବାଧକତା ରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ସ୍ଥାନୀୟ ବାସିନ୍ଦା ଚର୍ଚ୍ଚା କରୁଥିବାର ଶୁଣିବାକୁ ମିଳୁଛି। ସେମାନଙ୍କ କହିବା ମୁତାବକ କିନ୍ନର ମନେ କେବଳ ଦେହ ବ୍ୟବସାୟ ନୁହେଁ ବରଂ ନିଶା ବେପାର ଠାରୁ ଆରମ୍ଭକରି ସରକାରୀ ଜମି ଜବରଦଖଲ ପର୍ଯ୍ୟନ୍ତ ଅନେକ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ସମସ୍ତ ଖବର ପୋଲିସ ପାଖରେ ଥାଇ ମଧ୍ୟ କିନ୍ନର ମାନଙ୍କ ବିରୁଦ୍ଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାଥବା ସେମାନଙ୍କୁ ଆଶ୍ଚର୍ଯ୍ୟାନ୍ୟୁତ କରିଛି। କାରଣ ପୂର୍ବରୁ ଥିବା ଥାନାଧିକାରୀ ଶରତ ସାହୁ ଏହି ସ୍ଥାନ ଗୁଡିକରେ ବାରବାର ଚଢ଼ାଉ କରିବାଦ୍ୱାର କିନ୍ନର ମାନଙ୍କ ଦେହ ବେପାରରେ ଲଗାମ ଲଗାଇ ପାରିଥିଲେ। ମାତ୍ର ତାଙ୍କ ବଦଳି ପରେ କିନ୍ନର ମନେ ପୁଣି ସକ୍ରିୟ ହୋଇଉଠିଛନ୍ତି। ଯାହାକି ନୂତନ ଥାନାଧିକାରୀଙ୍କ ଯୋଗ୍ୟତା କୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଥିବା ସେମାନେ ପ୍ରକାଶ କରିଛନ୍ତି।