ରାଜନୀତିରୁ ଉର୍ଦ୍ଧରେ ମନୋଜ, ଶିକ୍ଷାବିତରେ ଆତ୍ମସନ୍ତୋଷ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାର ୪ଟି ରାଜ୍ୟସଭା ଆସନ ଖାଲି ଥିଲା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୪ଟି ଯାକ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଫଳରେ କିଛି ଦିନ ଧରି ଚାଲୁଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି ।

ରାଜ୍ୟସଭା ନିର୍ବାଚନ ବେଗୁଲ ବାଜିଲା ପରେ ଶାସକ ବିଜେଡ଼ି ଦଳରେ ଉଷ୍ଣତା ପ୍ରକାଶ ପାଇବା ଥିଲା ଏକ ସ୍ୱାଭାବିକ ପ୍ରକ୍ରିୟା । କାରଣ ଅନ୍ୟ ଦଳଗୁଡ଼ିକ ସ୍ୱତନ୍ତ୍ର ଭାବେ ନିଜ ଦଳ ପାଇଁ ଆଇନ୍ ଟିଏ ତୋଳିବା କଷ୍ଟକର ହୋଇପାରେ ସଂଖ୍ୟା ଦୃଷ୍ଟିରୁ । ଏହି କାରଣ ପାଇଁ ଆଶାୟୀ ପ୍ରାର୍ଥୀମାନେ ନିଜ ଦଳର ସୁପ୍ରିମୋଙ୍କୁ ପ୍ରଭାବିତ କରି ଟିକେଟ ଖଣ୍ଡେ ହାତେଇବାକୁ ଲାଗିପଡ଼ିଥିଲେ । କିଏ ଦଳ ପାଇଁ ଆନୁଗତ୍ୟ, କିଏ ଦଳ ପାଇଁ ନିଷ୍ଠାପର ଅବଦାନ ତ ଆଉ କିଏ ହାଇକମାଣ୍ଡଙ୍କ ଦେଇଥିବା ପୂର୍ବ ପ୍ରତିଶୂତିକୁ ଆୟୁଧ କରି ନିଜ ସପକ୍ଷରେ ଲବି ଆରମ୍ଭ କରିଥିଲେ । ଅନ୍ୟ କେତେକ ଖଳ ପ୍ରକୃତିର ଲୋକ ତାଙ୍କ ଆସନର ସମ୍ଭାବ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ନେଇ ଆଲୋଚନା ଓ ସମାଲୋଚନା ଆରମ୍ଭ ମଧ୍ୟ ଜାରି ରଖିଛନ୍ତି । ଏଥିପାଇଁ ଗଣାମାଧ୍ୟମ ଓ ସୋସିଆଲ୍ ମିଡିଆର ସେମାନେ ସାହାରା ନେଉଛନ୍ତି ।

ନିତୀଗତ ବା ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ରାଜନୈତିକ ପୃଷ୍ଠଭୂମି ବ୍ୟତୀତ କଳା, ଶିକ୍ଷା, ସମାଜସେବା ଭଳି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ରାଜ୍ୟସଭାକୁ ପଠାଯିବାର ନଜିର ରହିଅଛି । ଏହି ଦୃଷ୍ଟିରୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡଃ ମନୋଜରଞ୍ଜନ ନାୟକଙ୍କ ନାମକୁ ରାଜନୀତିର ବଳୟ ଭିତରକୁ ଟଣାଯିବାର ନଜିରକୁ ଆସୁଛି । ସମ୍ପୃକ୍ତ ଶ୍ରୀ ନାୟକ ନିଜ ଶିକ୍ଷା ଅନୁଷ୍ଠାନ, ସ୍ୱାସ୍ଥ୍ୟସେବା ସଂସ୍ଥା ଏବଂ ଅନ୍ୟାନ୍ୟ ବୈଷୟିକ ଅନୁଷ୍ଠାନ ସହିତ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ଅଧିକରୁ ଅଧିକ ଲୋକାଭିମୁଖୀ କରିବା ସହିତ ନିରନ୍ତର ସେବା ଯୋଗାଇ ଦେବା ପାଇଁ ପ୍ରତିବନ୍ଧିତ ଥିବା ସ୍ଥଳେ ପ୍ରତ୍ୟେକ୍ଷ ରାଜନୀତିରେ ଯୋଗ ଦେବାର କୌଣସି ଯୋଜନା ସେ ରଖି ନାହାଁନ୍ତି । ତା’ ମାନେ ନୁହେଁ ରାଜନୀତିରେ ତାଙ୍କର ରୁଚି ନାହିଁ କିମ୍ବା ରାଜନୀତିକୁ ସେ ନା’ ପସନ୍ଦ କରନ୍ତି । ରାଜନୀତି ରାଷ୍ଟ୍ରର ଶ୍ରେଷ୍ଠ ନିତୀ ଏବଂ ଏହା ପ୍ରତ୍ୟେକ ଘଟଣାକୁ ସମ୍ମାନ ଦେବା ସମସ୍ତ ନାଗରିକଙ୍କ କର୍ତବ୍ୟ ।

ଏହି ପରିପ୍ରେକ୍ଷୀରେ ଡଃ ଶ୍ରୀ ନାୟକଙ୍କର କୌଣସି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ପୃଷ୍ଠପୋଷକ ବୋଲି ଆଖ୍ୟା ଦେବା ବହୁ ବୁଦ୍ଧିଜୀବି ଓ ଶିକ୍ଷାବିତ୍‌ମାନଙ୍କୁ ନରୁତ୍ସାହିତ କରିବା ସଂଗେ ସଂଗେ ବ୍ୟଥିତ କରିଛି । ଅପରପକ୍ଷେ ଅତୀତରେ ସବୁ ବାଧା ବିଘ୍ନକୁ ଅତିକ୍ରମ କରି ତାଙ୍କର ମାନସପୁତ୍ର ସମ୍ ହସ୍ପିଟାଲ୍ ବର୍ତମାନ ରାଜ୍ୟର ଏକ ଅଗ୍ରଣୀ ଉପାଦେୟ ସ୍ୱାସ୍ଥ୍ୟ କେନ୍ଦ୍ର ହିସାବରେ ପରିଗଣିତ । ଏହାର ଉନ୍ନତମାନର ସ୍ୱାସ୍ଥ୍ୟ ସେବା ପଶ୍ଚିମବଂଗ, ଛତିଶଗଡ଼, ବିହାର ପ୍ରଭୃତି ରାଜ୍ୟବାସୀଙ୍କୁ ଆକୃଷ୍ଟ କରିଛି । ନିକଟରେ ବିନାଦେୟରେ ସମ୍ ହସ୍ପିଟାଲ୍‌ରେ ରାଜ୍ୟର ପ୍ରଥମ ଯକୃତ ପ୍ରତ୍ୟାରୋପଣ ସମ୍ପାଦିତ ହୋଇ ସ୍ୱାସ୍ଥ୍ୟକ୍ଷେତ୍ରରେ ରାଜ୍ୟରେ ଏକ ନୂତନ ଯୁଗର ଭିତିପ୍ରସ୍ତର ସ୍ଥାପନ କରିଛି । ଏବଂ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସମ୍ ହସ୍ପିଟାଲ୍ ସାରା ରାଜ୍ୟ ପାଇଁ ଏକ ନୂତନ ଢ଼ଙ୍ଗ ଓ ଆଭିମୁଖ୍ୟ କେତେକ ଅସାଧ୍ୟ ବ୍ୟକ୍ତିମାନଙ୍କର ଶ୍ରୀଯୁକ୍ତ ନାୟକଙ୍କ ବିବାଦ ବଳୟକୁ ଟାଣିବାର ଅପଚେଷ୍ଟାର ପୂର୍ଣ୍ଣଛେଦ ପଡ଼ିଲେ ହୁଏତ ଓଡ଼ିଶାର ଶିକ୍ଷା ସ୍ୱାସ୍ଥ୍ୟ ଓ ଗଣମାଧ୍ୟମ ଭଳି ଉଦ୍ୟୋଗୀମାନଙ୍କୁ ଅଧିକ ଉତ୍ସାହିତ କରିବା ସହିତ ଓଡ଼ିଶାର ଜନସାଧାରଣ ଏହାର ଉପକାରିତାର ଭାଗୀଦାର ହୋଇପାରିବେ ।

Leave a comment