ଶେଷ ହେଲା ଟ୍ରମ୍ପ-କିମ୍‌ ଐତିହାସିକ ମିଳନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଉତ୍ତର କୋରିଆ ରାଷ୍ଟ୍ରପତି କିମଙ୍କ ଐତିହାସିକ ମିଳନ ଶେଷ ହୋଇଯାଇଛି। ସିଙ୍ଗାପୁର ସେଣ୍ଟୋସା ସ୍ଥିତ କାପେଲା ହୋଟଲରେ ଉଭୟଙ୍କ ମଧ୍ୟରେ ୪୧ ମିନିଟ ଧରି ଆଲୋଚନା ହୋଇଥିଲା। ଉଭୟ ଦେଶର ପତାକା ନିକଟରେ ଦୁହେଁ ୧୨ ସେକେଣ୍ଡ ପର୍ଯ୍ୟନ୍ତ ହାତ ମିଳାଇବା ପରେ ବୈଠକ ଆରମ୍ଭ ହୋଇଥିଲା। ଏହି ବୈଠକ ବେଳେ ଉଭୟ ଦେଶ ମଧ୍ୟରେ ଏକ ଏଗ୍ରିମେଣ୍ଟ ହୋଇଛି। ଯେଉଁଥିରେ ଉତ୍ତର କୋରିଆ ପରମାଣୁ ଅସ୍ତ୍ରର ବ୍ୟବହାର କରିବ ନାହିଁ ବୋଲି ଉଲ୍ଲେଖ ରହିଛି।

ଏହି ବୈଠକ ପରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ରହିବ ବୋଲି ଟ୍ରମ୍ପ କହିଛନ୍ତି। ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବହୁ ବିବାଦ ସତ୍ତ୍ୱେ ଆମେ ଏଠାରେ ଏକାଠି ହୋଇଛୁ। ପୂର୍ବରୁ ଆମେରିକାର କୌଣସି ବି ରାଷ୍ଟ୍ରପତି ଉତ୍ତର କୋରିଆ ଶାସକଙ୍କ ସହ ଭେଟ ହୋଇ ନଥିବାରୁ ଟଅମ୍ପ ଓ କିମ୍‌ଙ୍କ ଏହି ମିଳନକୁ ଐତିହାସିକ ମିଳନ ବୋଲି କୁହାଯାଉଛି। ବୈଠକ ପରେ ଉଭୟ ଏକାଠି ଲଞ୍ଚ କରିଥିଲେ।

Leave a comment