ଆଦିବାସୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉଦଘାଟିତ ହେଲା ସର୍ବଭାରତୀୟ ସ୍ତରୀୟ ଅନୁସୂଚିତ ଜନଜାତି ବର୍ଗର ଲୋକ ପ୍ରତିନିଧି ମାନଙ୍କର ଦକ୍ଷତା ବିକାଶ କାର୍ଯ୍ୟକ୍ରମ । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଉଦଘାଟନ ଉତ୍ସବରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ରାଜ୍ୟ ରେଣୁକା ସିଂହ ସରୁତା, ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା ଉପସ୍ଥିତ ରହିଛନ୍ତି । ଏମାନଙ୍କ ସହିତ ଏଥିରେ ସାମିଲ ଅଛନ୍ତି ରାଜ୍ୟର ବିଭିନ୍ନ ଆଦିବାସୀ ଅଂଚଳ ରୁ ଆସିଥିବା ନିର୍ବାଚିତ ପି ଆର ଆଇ ସଦସ୍ୟ । ସୂଚନା ଥାଉକି, ଓଡିଶାରେ ମୋଟ ୬୨ ପ୍ରକାରର ଆଦିମ ଜନଜାତି ବାସ କରନ୍ତି ।

Leave a comment