ପ୍ରଶ୍ନପତ୍ର ଭାଇରାଲ ଘଟଣା, ହଲରୁ ବାହାରି ଛାତ୍ରଛାତ୍ରୀ କହିଲେ ଏବର୍ଷର ନୁହେଁ ପ୍ରଶ୍ନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ଆରମ୍ଭ ହୋଇଛି ଚଳିତବର୍ଷର ମାଟ୍ରିକ ପରୀକ୍ଷା। ମାତୃଭାଷାରେ ଆଜି ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ତେବେ ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ହେଲେ ପରୀକ୍ଷାର୍ଥୀ ହଲରୁ ବାହାରିବା ପରେ କହିଛନ୍ତି ପ୍ରଶ୍ନପତ୍ର ଏବର୍ଷର ନୁହେଁ। ଏଥିରୁ କିଛି ପ୍ରଶ୍ନ ଆସିନି । ଚଳିତ ବର୍ଷର ନୁହେଁ ଧର୍ମଗଡରେ ଭାଇରାଲ ହେଉଥିବା ମାଟ୍ରିକ ପ୍ରଶ୍ନପତ୍ର । ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବାର ଘଣ୍ଟେ ନପୁରୁଣୁ ଧର୍ମଗଡ଼ରେ ମୋବାଇଲକୁ ମୋବାଇଲ ମାତୃଭାଷା ପ୍ରଶ୍ନପତ୍ର ଘୁରି ବୁଲୁଥିବା ଖବର ସାମ୍ନାକୁ ଆସିବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା ।
ଏହା ଭିତରେ ଖବର ଆସିଛି କି ଲିକ୍ ହୋଇଥିବା ମାତୃଭାଷା ପ୍ରଶ୍ନପତ୍ର ଚଳିତ ବର୍ଷର ନୁହେଁ, ପୂର୍ବ ବର୍ଷର । ସେପଟେ ଆଜି ପ୍ରଥମ ଦିନର ମାଟ୍ରିକ ପରୀକ୍ଷା ଶେଷ ହୋଇଛି । ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଚଳିତ ବର୍ଷ ସାରା ରାଜ୍ୟରେ ୨ହଜାର ୮୮୮ ପରୀକ୍ଷା କେନ୍ଦ୍ରରେ ୫ଲକ୍ଷ ୬୦ ହଜାର ୯୦୫ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ପରୀକ୍ଷାକୁ ସ୍ୱଛ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ଚାରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯାଇଛି । ସେହିପରି ହଜାରେ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଛି । ଚଳିତ ବର୍ଷ ପରୀକ୍ଷାର୍ଥୀମାନେ ପ୍ରଶ୍ନପତ୍ର ବୁକଲେଟକୁ ଘରକୁ ଆଣିପାରିବେ ନାହିଁ । କଡା ସୁରକ୍ଷା ବଳୟ ମଧ୍ୟରେ ସକାଳୁ ସକାଳୁ ପ୍ରଶ୍ନପତ୍ର ନୋଡାଲ ସେଂଟରରୁ ଡେସପାଚ ଟିମ ଦ୍ୱାରା ପରୀକ୍ଷା କେନ୍ଦ୍ରରେ ପହଁଚାଯାଇଥିଲା ।