ହତ୍ୟା ଷଡଯନ୍ତ୍ରକାରୀ ଙ୍କ ଟାର୍ଗେଟ ରେ ପ୍ରଧାନମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ହତ୍ୟା ଷଡଯନ୍ତ୍ରର ପର୍ଦାଫାଶ କରିଛି ମହାରାଷ୍ଟ୍ର ପୁଣେ ପୋଲିସ । ସୁରେନ୍ଦ୍ର ଗାଡ୍ଲିଂ, ସୁଧୀର ଧାୱାଲେ, ରୋନା ୱିଲସନ୍, ଶୋମା ସେନ୍ ଓ ମହେଶ ରାଉତ ନାମକ ୫ ଜଣ ସିପିଆଇଏମଏଲ ସଦସ୍ୟଙ୍କୁ ମହାରାଷ୍ଟ୍ର ପୁଣେ ପୋଲିସ ଗିରଫ କରିବାପରେ ଏ ଷଡଯନ୍ତ୍ର ବିଷୟରେ ଜାଣିବାକୁପାଇଛି। ଏହି ୫ଜଣ ମାଓବାଦୀ ଙ୍କ ଗିରଫ ଦାରି ପରେ ସେମାନଙ୍କ ଘର ସର୍ଚ୍ଚ ସମୟରେ ଏକ ଚିଠି ପୋଲିସ ହସ୍ତଗତ ହୋଇଛି । ଯେଉଁଥିରେ ରାଜୀବ ଗାନ୍ଧୀଙ୍କୁ ଯେପରି ଭାବରେ ହତ୍ୟା କରାଯାଇଥିଲା ସେହିପରି ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ହତ୍ୟା କରିବାକୁ ରୋଡ ମ୍ୟାପ ପ୍ରସ୍ତୁତ କରାଯାଉଥିବା ଖୁଲାସା ହୋଇଛି। ମୋଦି ସରକାର ଆଦିବାସୀଙ୍କ ଜୀବନରେ ଅତ୍ୟଧିକ ହସ୍ତକ୍ଷେପ କରୁଛି ।

ବିହାର ଓ ପଶ୍ଚିମବଙ୍ଗ କୁ ବାଦ ଦେଲେ ମୋଦି ଦେଶର ୧୫ରୁ ଅଧିକ ରାଜ୍ୟରେ ବିଜେପିକୁ ପ୍ରତିଷ୍ଠିତ କରିବାରେ ସଫଳ ହୋଇଛନ୍ତି। ଯଦି ଏହା ଜାରି ରହେ ତା’ହେଲେ ଆଗକୁ ବହୁତ ଅସୁବିଧା ହେବ। କମ୍ରେଡ କିସାନ ଓ ଅନ୍ୟ କିଛି ବରିଷ୍ଠ କମ୍ରେଡ ମୋଦି ରାଜ ଶେଷ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ତେଣୁ ରୋଡ୍ ଶୋ ବେଳେ ତାଙ୍କୁ ଟାର୍ଗେଟ୍ କଲେ ଆମେ ନିଶ୍ଚିତ ସଫଳ ହୋଇପାରିବା । ଏହିପରି କିଛି କଥାର ଖୁଲାସା କରିଛି ସେହି ଚିଠି।ଯାହାର ସତ୍ୟାସତ୍ୟକୁ ନେଇ ପୋଲିସ ଅଧିକ ତଦନ୍ତ କରୁଛି।

Leave a comment