ସମ୍ପତ୍ତି ଆଗରେ ମାତୃତ୍ବ ତୁଚ୍ଛ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସମ୍ପତ୍ତି ଲୋଭର ବଶବର୍ତ୍ତୀ ହୋଇ ପୁଅ , ମା’ କୁ ଛାତରୁ ଠେଲି ମାରିବାକୁ ଉଦ୍ୟମ କରିଛି। ଯେଉଁ ମା’ ର ଦିନେ ସେ ଆଖିର ତାରା ହୋଇଥିଲା ଆଜି ସେଇ ମା’ କୁ ତା ରାସ୍ତାର କଣ୍ଟା ଭାବି ଏଭଳି ଜଘନ୍ୟ ଅପରାଧ କରିବାକୁ ସେ ତିଳେହେଁ ପଛଘୁଞ୍ଚା ଦେଲାନାହିଁ। ଏ ଘଟଣାଟି ଗତ ୩ ତାରିଖ ର ହୋଇଥିଲେ ମଧ୍ୟ ମଞ୍ଜୁ, ବଡ଼ପୁଅ ନାଁରେ ଲାଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ଏହା ଗତକାଲି ଲୋକଲୋଚନକୁ ଆସିଛି।

ଘଟଣା କ୍ରମେ

ଲାଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ମନ୍ଦିର ଲେନ-୨ ଅଞ୍ଚଳରେ ୬୫ ବର୍ଷୀୟ ମଞ୍ଜୁଲତା ତାଙ୍କ ତିନି ପୁଅଙ୍କ ସହିତ ରହୁଥିଲେ। ମଞ୍ଜୁଙ୍କ ସ୍ୱାମୀ ନୃସିଂହ ମହାନ୍ତିଙ୍କ ଦେହାନ୍ତ ପରେ ସମ୍ପତ୍ତିକୁ ନେଇ ପଡପୁଅ କପିଳ ଓ ମଞ୍ଜୁ ଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। କପିଳ ସମସ୍ତ ଜମି ବାଡ଼ି ବିଲଡର ସଂସ୍ଥାକୁ ବିକ୍ରି କରିଦେବାକୁ ଚାହୁଁଥିବା ବେଳେ ମଞ୍ଜୁ ଏହାକୁ ବିରୋଧ କରିଥିଲେ। ଏହି ଝଗଡା ଏତେ ମାତ୍ରା ରେ ବଢି ଯାଇଥିଲା ଯେ ଗୋଟିଏ ଛାତ ତଳେ ସେମାନେ ରହିମଧ୍ୟ ସାନପୁଅ ମଞ୍ଜୁ ଙ୍କ ଯତ୍ନ ନେଉଥିଲେ।

ଗତ ୩ତାରିଖରେ ବଡ଼ପୁଅ ମା’ କୁ ମାରିଦେବାକୁ ମନସ୍ଥ କରିଥିଲା କାହିଁକିନା ମଞ୍ଜୁ ତାଙ୍କ ରାସ୍ତାର କଣ୍ଟା ବୋଲି ସେ ଭାବୁଥିଲା। କପିଳ ନିଜ ସ୍ତ୍ରୀ ଓ ସମ୍ପର୍କୀୟ ଭାଇ ଓ ଭାଉଜଙ୍କ ସହ ମିଶି ଏକ ଘୃଣ୍ୟ ଚକ୍ରାନ୍ତ କରିଥିଲା। ମଞ୍ଜୁ ଛାତ କୁ ଲୁଗା ତୋଳିବାକୁ ଯାଇଥିବା ସମୟରେ ତାଙ୍କ ସହ ଝଗଡ଼ା ଆରମ୍ଭ କରିଥିଲା ଓ ପରେ ଉତକ୍ଷିପ୍ତ ହୋଇ ତାଙ୍କୁ ୧୫ଫୁଟ ଉଚ୍ଚ ଛାତରୁ ତଳକୁ ଠେଲି ଦେଇଥିଲା। ତଳେ ପଡି ମଞ୍ଜୁ କଷ୍ଟରେ ଚିତ୍କାର କରିବାରୁ ପାଖରେ କାମକରୁଥିବା କିଛି ଶ୍ରମିକ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବିଷୟରେ ଜାଣିବା ପରେ ମଞ୍ଜୁ ଙ୍କ ମଝିଆ ପୁଅ ଓସାନପୁଅ ତାଙ୍କୁ ଉତ୍ତରା ଛକ ନିକଟରେ ଥିବା ଏକ ନର୍ସିଂହୋମ ରେ ଭର୍ତ୍ତି କରିଥିଲେ। ମଞ୍ଜୁଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ସ୍ଥିର ଥିବା ଜଣାଯାଇଛି। ଅଭିଯୋଗ ପରେ ପୋଲିସ ବଡ଼ପୁଅ ,ବୋହୂ ଓ ସମ୍ପର୍କୀୟ ଙ୍କୁ ଡାକି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚଳାଇଛି।

Leave a comment