ଆନ୍ଦୋଳନ ପାଇଁ ମଝି ରାସ୍ତା ରେ ଓଲ୍ହାଇଲେ ଯାତ୍ରୀଙ୍କୁ

0

ଓଡିଶା ଫାଷ୍ଟ(ବ୍ୟୁରୋ): ଅଲ ଓଡ଼ିଶା ଅଟୋ ଓ ଟାକ୍ସି ଚାଳକ ସଂଘ ପକ୍ଷରୁ ଭୁବନେଶ୍ୱରରେ ଗୁରୁବାର ଆନ୍ଦୋଳନ ହୋଇଛି। ସାମାଜିକ ଓ ଅର୍ଥିକ ସୁରକ୍ଷା ଦାବି ନେଇ ଏହି ସଂଘ ଆନ୍ଦୋଳନକୁ ଓଲ୍ହାଇଛି। ସକାଳ ୬ଟାରୁ ଏହି ଧର୍ମଘଟ ଆରମ୍ଭ ହୋଇଥିବା ରୁ ଭୁବନେଶ୍ୱରରେ ଲୋକମାନେ ଯିବା ଆସିବା ପାଇଁ ବହୁ ହଇରାଣ ହୋଇଥିଲେ। ଫଳରେ ଲୋକମାନେ ଓଲା ଓ ଉବେର ଗାଡି ବୁକ କରି ବିଭିନ୍ନ ସ୍ଥାନକୁ ଯାଉଥିବା ଦେଖାଯାଇଥିଲା।

ଅପରପକ୍ଷେ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଥିବା ବେଳେ କେତେକ ସ୍ଥାନରେ ଅଟୋ ଡ୍ରାଇଭରମାନେ ଓଲା ଗାଡି ଅଟକାଇବା ସହ ଗାଡ଼ିରୁ ପସେଞ୍ଜର ମାନଙ୍କୁ ଓଲ୍ହାଇ ଦେଉଥିବା ଦେଖିବାକୁ ମିଳିଥିଲା। ଅଟୋ ଚଳକଙ୍କ ଏଭଳି କାର୍ଯ୍ୟକଳାପକୁ ରାଜଧାନୀ ର ସାଧାରଣ ଜନତା ନାପସନ୍ଦ କରିବା ସହ ନିନ୍ଦା କରିଛନ୍ତି।

Leave a comment