ଓଡ଼ିଶା ଜୁନିୟର ଟପ୍ ମଡେଲ୍ସ ଓ କଳିଙ୍ଗ ମହାରାଣୀ ପ୍ରତିଯୋଗିତା
ଓଡିଶା ଫାଷ୍ଟ( ବ୍ୟୁରୋ): ଓଡ଼ିଶା ଜୁନିୟର ଟପ୍ ମଡେଲ୍ସ ଓ କଳିଙ୍ଗ ମହାରାଣୀ ପ୍ରତିଯୋଗୀତା ସ୍ଥାନୀୟ ରୋଟାରୀ ଭବନଠାରେ ଓଡ଼ିଶା ଫେସନଭିଲ୍ଲା ତରଫରୁ ଅନୁଷ୍ଠିତ ହୋଇଥିଲା ଓଡ଼ିଶା ଜୁନିୟର ଟପ୍ ମଡେଲ୍ସ ଓ କଳିଙ୍ଗ ମହାରାଣୀ ପ୍ରତିଯୋଗିତା । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୮୦ ରୁ ଅଧିକ ବାଳକ, ବାଳିକା ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଓଡ଼ିଶା ଫେସନଭିଲ୍ଲା ତରଫରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଚୟନ କାର୍ଯ୍ୟ ପାଇଁ ମିସେସ୍ ଇଣ୍ଡିଆ ୟୁନିଭର୍ସ ୨୦୧୯ର ବିଜେତା ଶ୍ରୀମତୀ ରାଜ ମହାନ୍ତି, ମିସେସ୍ ଇଣ୍ଡିଆ ଚାର୍ମିଙ୍ଗଫେସର ବିଜେତା ଇସ୍ପିତା ଦାସ, ବିୟୁଟି ଏକ୍ସପର୍ଟ ନାନସି ଶ୍ରୀବାସ୍ତବ ଥିବାବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭୁବନେଶ୍ୱର ବାର ଆସୋସିଏସନ୍ ର ପୂର୍ବତନ ସମ୍ପାଦକ ତାପସ ଦାସ ।
ଟ୍ୟାଲେଂଟ ଓ ର୍ୟାମ୍ପ ୱାକ୍ ୨ ରାଉଣ୍ଡରୁ ୨୦ଜଣ ଓଡ଼ିଶା ଜୁନିୟର ଟପ୍ ମଡେଲକୁ ଚୟନ କରାଯାଇଥିଲା । ସେହିପରି ବିବାହିତା ବର୍ଗର ମହିଳାମାନଙ୍କ ମଧ୍ୟରେ କଳିଙ୍ଗ ମହାରାଣୀ ପ୍ରତିଯୋଗିିତାରେ ମୋନାଲିସା ମିଶ୍ରଙ୍କୁ କଳିଙ୍ଗ ମହାରାଣୀ ଟାଇଟେଲ ମିଳିଥିଲା । ସେହିଭଳି ଅମ୍ରିତା ପଣ୍ଡାଙ୍କୁ ମିସେସ୍ ଚାର୍ମିଙ୍ଗ ଫେସ୍, ସୁଚରୀତା ଲେଙ୍କାଙ୍କୁ ମିସେସ୍ ଆଇକନିକ୍ ଲୁକ୍, ମିନୁ ପାଢ଼ୀଙ୍କୁ ମିସେସ୍ ଫେସନ୍ ଆଇକନ୍ ଓ ପୂଜା ବର୍ଣ୍ଣୱାଲଙ୍କୁ ମିସେସ୍ ଡିଭା ଟାଇଟେଲ ମିଳିଥିଲା ।
ଓଡ଼ିଶା ଫେସନଭିଲ୍ଲାର ଜୁନିୟର ମଡେଲମାନେ ଯିଏ ଗତବର୍ଷ ଜାତୀୟ ଅର୍ନ୍ତଜାତୀୟ ପ୍ରତିଯୋଗିତାରେ ଭାରତକୁ ଓ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ, ସେହିମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶାର ବାଳକ ଓ ବାଳିକାମାନଙ୍କୁ ଜାତୀୟ ସ୍ତରରେ ଭାଗନେବାକୁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଉଛି ବୋଲି ଓଡ଼ିଶାଭିଲ୍ଲାର ପ୍ରତିଷ୍ଠାତା ନିର୍ଦ୍ଦେଶକ ଅଭିଜିତ୍ ମହାନ୍ତି ପ୍ରକାଶ କରିଛନ୍ତି ।