କୋଣାର୍କ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ କ୍ୟାନ୍ସର ଦିବସ ପାଳିତ

0

ଓଡିଶା ଫାଷ୍ଟ( ବ୍ୟୁରୋ): କୋଣାର୍କ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ କ୍ୟାନ୍ସର ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋଣାର୍କ ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ଅରୂପ ପଟ୍ଟନାୟକ ସଭାପତିତ୍ୱ କରି କ୍ୟାନସର ରୋଗୀମାନେ କିପରି ଭୁବନେଶ୍ୱର ହସ୍ପିଟାଲ ଏବଂ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସା କରି ରୋଗ ନିରୁପଣ କରିବେ ତାହା ଉପରେ ବକ୍ତବ୍ୟ ରଖିଥିଲେ । କୋଣାର୍କ ଫାଉଣ୍ଡେସନର କାର୍ଯ୍ୟ ଓ ସାହାର୍ଯ୍ୟ ଉପରେ ମଧ୍ୟ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ କ୍ୟପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡା. ଅଶୋକ ପଟ୍ଟନାୟକ, ଆପୋଲୋ ହସ୍ପିଟାଲ ଭୁବନେଶ୍ୱର କ୍ୟାନ୍ସର ବିଭାଗ ମୁଖ୍ୟ ଡା. ଚିନ୍ମୟ କୁମାର ପାଣି ଏବଂ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ହକି ଟିମର ସଦସ୍ୟ ମଧ୍ୟ ଯୋଗଦେଇଥିଲେ । ହକି ଟିମର କୋଚ୍ ପିଉସ କୁମାର ଦୁବେ କ୍ୟାନ୍ସର ସଚେତନତା ଆଧାରକରି ରୋଗୀଙ୍କ ସୁସ୍ଥତା ନିମନ୍ତେ ନିୟମିତ ସ୍ୱାସ୍ଥ୍ୟପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ । ପରେ ହକିଟିମ୍ କ୍ୟାନ୍ସର ବିଭାଗ ପରିଦର୍ଶନ କରି ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ । ଏହି ସଭାରେ ସଂଗ୍ରାମ ପାଇକ ରାୟ, ଆକାଶ ଦାସ ନାୟକ, ରୁଦ୍ର ନାରାୟଣ ସାମନ୍ତ ରାୟ, ଭାରତୀୟ ବାୟୁସେନାର ପିକେ ରାୟ, ପୂର୍ବତନ କର୍ପୋରେଟର ଅମରେଶ ଜେନା, ଅଶ୍ୱନୀ ସୁନ୍ଦରାୟ, ସମୀର ପ୍ରଧାନ, ହରେକୃଷ୍ଣ ନାୟକ, ହୃଦୟ ବଲ୍ଲଭ ସାମନ୍ତ ରାୟ, ନୀହାର ରଞ୍ଜନ ସାହୁ, ପ୍ରତାପ କେଶରୀ ସ୍ୱାଇଁ, ସୂର୍ଯ୍ୟକାନ୍ତ ଜେନାଙ୍କ ସହିତ ସତ୍ୟଜିତ ଦାସ ଏବଂ କୋଣାର୍କ ଫାଉଣ୍ଡେସନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ କ୍ୟାନ୍ସର ସଚେତନତାକୁ ନେଇ ଏକ ପଥପ୍ରାନ୍ତ ନାୟକ ହୋଇଥିଲା ।

Leave a comment