ଦୁବାଇରେ ଫସିଥିବା ଓଡ଼ିଆ ଯୁବକମାନଙ୍କୁ ଉଦ୍ଧାର କଲା ଓଡ଼ିଶା-ମୋ ପରିବାର

0

ଓଡିଶା ଫାଷ୍ଟ( ବ୍ୟୁରୋ): ଦୀର୍ଘ ୨ମାସ ଉଦ୍ୟମ ପରେ ଦୁବାଇରେ ଫସିଥିବା ଯାଜପୁର ଅଂଚଳର ୪ଜଣ ଯୁବକଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା-ମୋ ପରିବାର ତରଫରୁ ଆଜି ଭୋର ୨.୧୫ରେ କୋଲକତା ଏୟାରପୋର୍ଟରେ ପହଂଚିଥିଲେ । ଏହାପରେ ସେଠାରୁ ରାଜ୍ୟ ସରକାରଙ୍କର ତରଫରୁ ନିୟୋଜିତ କୋଲକତାସ୍ଥିତ ଉତ୍କଳ ଭବନର ଅଧିକାରୀମାନେ ଏୟାରପୋର୍ଟରୁ ଆଣି ଖାଦ୍ୟପେୟ ବ୍ୟବସ୍ଥା କରି ସେମାନଙ୍କୁ ଟ୍ରେନ ସାହାଯ୍ୟରେ ଭୁବନେଶ୍ୱରକୁ ଅଣାଯାଇଥିଲା । ଭୁବନେଶ୍ୱରରେ ପହଂଚିବା ପରେ ସେଠାରେ ଓଡ଼ିଶା-ମୋ ପରିବାର ଅଫିସରରେ ଆବାହକ ଶ୍ରୀ ଅରୁପ ପଟ୍ଟନାୟକ, ସହ ଆବାହକ ତଥା ମହାକାଳପଡା ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ସଭ୍ୟ ତଥା ଉତର ଭୁବନେଶ୍ୱର ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ. ଗୋପବନ୍ଧୁ ଦାସ, ବରିଷ୍ଠ ପ୍ରଶାସକ ଶ୍ରୀ ରବିନ୍ଦ୍ର ସେଠୀ, ଓଡ଼ିଶା ମୋ ପରିବାର ଉପଦେଷ୍ଟା ଶ୍ରୀ ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତରେ ସେମାନଙ୍କ ସ୍ୱାଗତ କରାଯାଇଥିଲା ।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାର ନାଥପୁର ଗ୍ରାମର ଦୁଇଭାଇ ଅଶୋକ କୁମାର ଜେନା ଓ ସୁବାଷ କୁମାର ଜେନା ବିଭିନ୍ନ ସମୟରେ ଯୁବକମାନଙ୍କୁ ଚାକିରର ପ୍ରଲୋଭନ ଦେଖାଇ ନିୟମିତ ଭାବେ ଦୁବାଇକୁ ନେଉଥିଲେ । ଏମାନଙ୍କ ପ୍ରଲୋଭନରେ ଯାଜପୁର ଜିଲ୍ଲାର କୋଲନାଗିରି ଗ୍ରାମର ଦୀପକ କୁମାର ସେଠୀ, ସଞ୍ଜୟ କୁମାର ଜେନା, ବିଜୟ କୁମାର ସାହୁ ଓ ଅରେଇକଣା ଗ୍ରାମର ଚିରଞ୍ଜିବୀ ଜେନା ଦୁବାଇକୁ ଯାଇଥିଲେ । ସେଠାରେ କମ୍ପାନୀ ତରଫରୁ ଅକଥନୀୟ ନିର୍ଯ୍ୟାତନା ଦିଆଯାଇ ସେମାନଙ୍କୁ ମିଥ୍ୟା କେସରେ ଫସାଇ ଦିଆଯାଇଥିଲା ।୩ଜଣ ଯୁବକ ଓଡ଼ିଶା ଫେରିଥିଲେ କିନ୍ତୁ ଏହି ୪ଜଣ ଯୁବକ ନେଇଥିବା ଦଲାଲ ସେଠାରେ ଏକ ଲେବର କୋର୍ଟରେ କେସ ରୁଜୁ କରିଥିବାରୁ ନ୍ୟାୟିକ ସମସ୍ୟା ପାଇଁ ଆସିବା ବିଳମ୍ବିତ ହେଲା । ସେଠାରେ ରାଜ୍ୟ ସରକାରଙ୍କ ତରଫରୁ ସେମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯାଇଥିଲା । ସମସ୍ତ ୭ଜଣଙ୍କ ବିଷୟରେ ଡିସେମ୍ବର ୫ରେ ସ୍ଥାପୀୟ ସାମ୍ବାଦିକ ତପନ ଭଞ୍ଜ ଖବର ପାଇ ବିଧାୟକ ତଥା ଓଡ଼ିଶା-ମୋ ପରିବାରର ସହ ଅଧ୍ୟକ୍ଷ ଅତନୁ ସବ୍ୟସାଚୀ ନାୟକଙ୍କ ସହାୟତା ନେଇ ଓଡ଼ିଶା-ମୋ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ମୁଖ୍ୟ ମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଗୋପବନ୍ଧୁ ଦାସ, ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ ରବିନ୍ଦ୍ର ସେଠୀଙ୍କୁ ଜଣାଇଥିଲେ । ଏହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଗତ ହେଲାପରେ ତାଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା-ମୋ ପରିବାର ଏବଂ ଦିଲ୍ଲୀସ୍ଥିତ ଓଡ଼ିଶା ସରକାରଙ୍କ ରେସିଡେଲନ୍ସିଆଲ କମିଶନଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଦୁବାଇସ୍ଥିତ ଭାରତୀୟ ଦୁତାବାସ ତରଫରୁ ଏହି ୪ଜଣ ଯୁବକଙ୍କୁ ଆଇନ ସହାୟତା ଏବଂ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯାଇଥିଲା । ଏଥିସହ ଦିଲ୍ଲୀସ୍ଥିତ ଓଡ଼ିଶା ସରକାରଙ୍କ ରେସିଡେନ୍ସିଆଲ କମିଶନର ରବିକାନ୍ତଜି ଓ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ତଥା ଓଡ଼ିଶା-ମୋ ପରିବାର ଆଇନ ପରାମର୍ଶଦାତା ଅବନୀକାନ୍ତ ସାହୁ ବିଶେଷ ଭୂମିକା ଗ୍ରହଣ କରିଥିଲେ ।

Leave a comment