ଭୁଲ ଇଞ୍ଜେକସନ ଯୋଗୁ ଗଲା ଜୀବନ

0

ଓଡିଶା ଫାଷ୍ଟ( ବ୍ୟୁରୋ): ଢେଙ୍କାନାଳର ଏକ ଘରୋଇ କ୍ଲିନିକରେ ଡାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଜଣକ ହେଉଛନ୍ତି ସ୍ଥାନୀୟ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ବଉଳ ପାଟଣା ଗାଁର ଅମିର କୁମାର ଜେନା । ଛାତିରେ ଯନ୍ତ୍ରଣା ହେବାରୁ ଅମିରଙ୍କୁ ପରିବାର ଲୋକେ ଗତକାଲି ତାଙ୍କୁ ଢେଙ୍କାନାଳ ସହରସ୍ଥିତ ଏକ ଘରୋଇ କ୍ଲିନିକ୍‌ରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସା କରୁଥିବା ଡାକ୍ତର ଭୁଲ ଇଞ୍ଜେକସନ ଦେବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ସଂପୃକ୍ତ ଡାକ୍ତର କହିଛନ୍ତି ରୋଗୀଙ୍କୁ କୌଣସି ଭୁଲ ଇଞ୍ଜେକସନ ଦିଆଯାଇନାହିଁ। ଛାତି ଯନ୍ତ୍ରଣା ହେତୁ ତାଙ୍କ ମୃତ୍ୟୁ ହୋଇଛି।

Leave a comment