ସାଧାରଣତନ୍ତ୍ର ଦିବସରେ କେଉଁ ମନ୍ତ୍ରୀ କେଉଁଠାରୁ କରିବେ ପାତାକା ଉତ୍ତୋଳନ ପଢନ୍ତୁ

0

ଓଡିଶା ଫାଷ୍ଟ( ବ୍ୟୁରୋ):ସାଧାରଣତନ୍ତ୍ର ଦିବସରେ ୨୦ଟି ଜିଲ୍ଲାରେ ମନ୍ତ୍ରୀମାନେ ପାତାକା ଉତ୍ତୋଳନ କରିବେ । ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ପରେଡରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିବେ । ଏଥିରେ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । କଟକରେ ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିବେ। ବାଲେଶ୍ୱରରେ ସୁଦାମ ମାରାଣ୍ଡି, ଗଞ୍ଜାମରେ ଅରୁଣ କୁମାର ସାହୁ, ସୁବର୍ଣ୍ଣପୁରରେ ବିକ୍ରମ କେଶରୀ ଆରୋଖ, ସୁନ୍ଦରଗଡ଼ରେ ପ୍ରଫୁଲ୍ଲ କୁମାର ମଲ୍ଲିକ, ସମ୍ୱଲପୁରରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କେନ୍ଦୁଝର ପଦ୍ମନାଭ ବେହେରା, ପୁରୀରେ ପ୍ରତାପ ଜେନା, ଅନୁଗୋଳ ସୁଶାନ୍ତ ସିଂହ, କଳାହାଣ୍ଡିରେ ନବ ଦାସ, ରାୟଗଡ଼ାରେ ଟୁକୁନି ସାହୁ, ଜଗତସିଂହପୁରରେ ଜଗନ୍ନାଥ ସାରକା, ଯାଜପୁରରେ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ଢେଙ୍କାନାଳରେ ଅଶୋକ ଚନ୍ଦ୍ର ପଣ୍ଡା, ନୟାଗଡ଼ରେ ସମୀର ରଞ୍ଜନ ଦାଶ, ବଲାଙ୍ଗିର ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ନବରଙ୍ଗପୁରରେ ପ୍ରେମାନନ୍ଦ ନାୟକ, ମୟୂରଭଞ୍ଜରେ ରଘୁନନ୍ଦନ ଦାସ, ଗଜପତିରେ ପଦ୍ମିନୀ ଦିଆନ୍‌ ଓ ମାଲକାନଗିରିରେ ତୁଷାରକାନ୍ତି ବେହେରା ପତାକା ଉତ୍ତୋଳନ କରିବେ ।

ସେହିପରି ଭଦ୍ରକ, ବରଗଡ଼, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କନ୍ଧମାଳ ଓ କେନ୍ଦ୍ରାପଡ଼ାରେ ଜିଲ୍ଲାପାଳମାନେ ପାତାକା ଉତ୍ତୋଳନ କରିବେ ।

Leave a comment