ସେଲ୍ କର୍ମଚାରୀମାନଙ୍କ ପାଇଁ ପୋର୍ଟାଲ ‘ସର୍ଭିସ’ର ଶୁଭାରମ୍ଭ
ଓଡିଶା ଫାଷ୍ଟ( ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ସେଲ୍ କର୍ମଚାରୀମାନଙ୍କ ପାଇଁ ପୋର୍ଟାଲ ‘ସର୍ଭିସ’ର ଶୁଭାରମ୍ଭ କରିଛନ୍ତି। ସମାଜର ଗରିବଙ୍କ କଲ୍ୟାଣ ପାଇଁ କର୍ମଚାରୀମାନେ ଏକାଠି ହେବା ସହ ଦେଶ ନିର୍ମାଣରେ ଆଗେଇ ଆସିବାକୁ ଶ୍ରୀ ପ୍ରଧାନ ସେଲ୍ କର୍ମଚାରୀଙ୍କୁ ଆହ୍ୱାନ ଦେଇଛନ୍ତି।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ନିଜ ଅଧିକାର ପ୍ରତି ସତର୍କ ରହିବା ସହ ନାଗରିକଙ୍କୁ ନିଜର କର୍ତ୍ତବ୍ୟ ପ୍ରତି ମଧ୍ୟ ସମ୍ବେଦନଶୀଳ ରହିବାର ଆବଶ୍ୟକତା ରହିଛି। ଏହି ସର୍ଭିସ ଯୋଜନା କେବଳ ସେଲ୍ର କର୍ମଚାରୀମାନଙ୍କ ପାଇଁ ପ୍ରଯୁଜ୍ୟ। ସାମାଜିକ କାର୍ଯ୍ୟ ପ୍ରତି କର୍ମଚାରୀଙ୍କୁ ଏହି ଯୋଜନା ଉତ୍ସାହିତ କରିବ। ଏହି ଯୋଜନା ସାମାଜିକ କଲ୍ୟାଣ ହାସଲ କରିବା ଦିଗରେ ପରିଲିକ୍ଷିତ।