ଏସସିବିର ଦ୍ୱିତୀୟ କ୍ୟାମ୍ପସ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଓଡିଶା ଫାଷ୍ଟ( ବ୍ୟୁରୋ): ପ୍ରସ୍ତାବିତ ଏସସିବି ମେଡ଼ିକାଲର ବିଶ୍ୱସ୍ତରୀୟ କ୍ୟାମ୍ପସ କରିବା ଓ ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ ଲାଗି ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ନକ୍ସା ଦେଖିଛନ୍ତି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ମନ୍ତ୍ରୀ, ସମସ୍ତ ବିଧାୟକ, ବିଭାଗୀୟ ସଚିବମାନେ ଉପସ୍ଥିତ ରହିଥିଲେ। କଟକ ଗସ୍ତ ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି । କଟକ ସହର ଚତୁଃପାଶ୍ୱର୍ ରିଂ ରୋଡ଼ 6 ଲେନ ବିଶିଷ୍ଟ କରାଯିବା ପାଇଁ ଘୋଷଣା କରିଛନ୍ତି । ଏସସିବିି ନବକଳେବର କାମ ମାର୍ଚ୍ଚରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । କଟକ ହାଡିଆ ପଠାରେ ଅନୁଧ୍ୟାନ ବେଳେ ଚତୁଃପାଶ୍ୱର୍ ରିଂ ରୋଡ଼ 6 ଲେନ ବିଶିଷ୍ଟ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ସହ ଏସସିବିି ନବନିର୍ମାଣ କାମ ମାର୍ଚ୍ଚରୁ ଆରମ୍ଭ ହେବ ବୋଲି କହିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମୀକ୍ଷା ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ । ଅଧିଗ୍ରହଣରୁ 25ଏକର ଜମି ସରକାରଙ୍କ ହାତକୁ ଆସିବ ।
ଫେବୃୟାରୀ 28 ତାରିଖ ସୁଦ୍ଧା ଅଧିଗ୍ରହଣ କାର୍ଯ୍ୟ ସରିବ ଏବଂ ମାର୍ଚ୍ଚ ପହିଲାରୁ ନୂତନ ନିର୍ମାଣ କାର୍ଯ୍ୟ ଆରମ୍ଭ ଲାଗି ଲକ୍ଷ୍ୟ ରହିଛି । ସେହିଭଳି ତାଳଦଣ୍ଡା କେନାଲ ବନ୍ଧରୁ ଡାକ୍ତରଖାନାକୁ ସଂଯୋଗ କରୁଥିବା ରାସ୍ତାକୁ ୩ ଲେନ୍ ବିଶିଷ୍ଟ କରାଯିବା ସହିତ ଯାତାୟତ ସୁବିଧା ପାଇଁ ଦୁଇଟି ଓଭରବ୍ରିଜ ନିର୍ମାଣ କରାଯିବ ।