ସିଏଏ ସାମ୍ବିଧାନିକ କି ନୁହେଁ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି
ଓଡିଶା ଫାଷ୍ଟ( ବ୍ୟୁରୋ): ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଚାଲିଛି । ସୁପ୍ରିମକୋର୍ଟରେ ସିଏଏ (ନାଗରିକତା ସଂଶୋଧନ ଆଇନ)ର ସମର୍ଥନ ଓ ବିରୋଧରେ 144ରୁ ଅଧିକ ଅଭିଯୋଗ ହୋଇଛି । ଏହି ସବୁ ଆବେଦନ ଉପରେ ଆଜି ଶୁଣାଣି ହେବ । ବିରୋଧରେ 141 ଆବେଦନ ହୋଇଛି । ଏହି ଶୁଣାଣି ପୂର୍ବରୁ କିଛି ମହିଳା ସୁପ୍ରିମକୋର୍ଟ ବାହାରେ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ନାଗରିକତା ସଂଶୋଧନ ଆଇନ ବଳରେ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ଆସି ଭାରତରେ 2014 ଡିସେମ୍ବର 31 ପୂର୍ବରୁ ବସବାସ କରୁଥିବା ହିନ୍ଦୁ, ଶିଖ, ଜୈନ, ପାର୍ସି, ଇସାଇ ଓ ବୌଦ୍ଧ ସମ୍ପ୍ରଦାୟର ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରାଯିବ ।
Delhi: A group of women staged a sit-in protest outside Supreme Court last night. The Court to hear today around 144 petitions related to Citizenship Amendment Act, including petitions challenging constitutional validity of CAA & transfer petitions filed by the Central Government pic.twitter.com/xZ3nuO2Bdp
— ANI (@ANI) January 22, 2020
ପ୍ରଦର୍ଶନକାରୀ ଅଭିଯୋଗ ଆଣିଛନ୍ତି ଯେ, ସିଏଏ ସହିତ ଏନଆରସିକୁ ଜୋଡ଼ିବା ଦ୍ୱାରା ଏହା ମୁସଲିମ ବିରୋଧୀ ହୋଇଯାଉଛି । ସୁପ୍ରିମକୋର୍ଟଙ୍କ ଶୁଣାଣି ପୂର୍ବରୁ ମହିଳାମାନେ ସିଏଏକୁ ତୀବ୍ର ବିରୋଧ କରିଛନ୍ତି । ମଙ୍ଗଳବାର ସୁପ୍ରିମକୋର୍ଟ ବାହାରେ ମହିଳାମାନେ ପୋଷ୍ଟର, ବ୍ୟାନର ଆଦି ନେଇ ପହଞ୍ଚିଛନ୍ତି ।