ଉନ୍ମୋଚିତ ହେଲା ରାଜ୍ୟ କୃଷି ନୀତି- 2020
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରାଜ୍ୟ କୃଷି ନୀତି 2020 ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ
ନବୀନ ପଟନାୟକ କହଛନ୍ତି, କୃଷିର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି ସରକାର । ସେ ଚାହାଁନ୍ତି ସ୍ୱାଭିମାନର ସହ ବଞ୍ଚନ୍ତୁ ଚାଷୀ । କୃଷିର ବିକାଶ ପାଇଁ ସରକାର ନିଷ୍ଠାର ସହ କାମ କରୁଛନ୍ତି । କାଳିଆ ଚାଷୀଙ୍କ ସମ୍ମାନ ବୃଦ୍ଧି କରିଛି । ନୂଆ କୃଷିନୀତି ଚାଷୀର ବିକାଶର ଲକ୍ଷ୍ୟ ବିନ୍ଦୁ । ଚାଷୀମାନେ ବର୍ତ୍ତମାନ ସମୟରେ ଜ୍ଞାନକୌଶଳର ବ୍ୟବହାର କରିବା ଉଚିତ । ଯଦ୍ୱାରା ସେମାନେ ଅଧିକ ଲାଭବାନ ହୋଇପାରିବେ ।କୃ କୃଷି ଓଡିଶା-୨୦୨୦ ଉଦଘାଟନୀ ଉତ୍ସବରେ କୃଷିମନ୍ତ୍ରୀ କହିଛନ୍ତି, ୧୪ ଟି ଜିଲ୍ଲାରେ ୭୦ଟି ବ୍ଲକରେ ମାଣ୍ଡିଆ ଚାଷକୁ ଗୁରୁତ୍ୱ ଦିଆଯାଉଛି । ପ୍ରଥମ ଥର ପାଇଁ ମାଣ୍ଡିଆ ମଣ୍ଡି ପ୍ରସ୍ତୁତ କରାଯାଇଛି । ୨୦୦୨ ଓ ୨୦୦୩ରେ ଚାଷୀଙ୍କ ଆୟ ଯେତିକି ଥିଲା ତାହା ଏବେ ୭ ଗୁଣା ବୃଦ୍ଧି ପାଇଛି ।