ବିଚାରାଧୀନ କଏଦୀ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ସବ୍ ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କୃଷ୍ଣ ପାତ୍ର। ତାଙ୍କ ଘର ବାଣିଗୋଛାରେ। ଜଣେ ସମ୍ପର୍କୀୟଙ୍କୁ ମରାଣାନ୍ତକ ଆକ୍ରମଣ ମାମଲାରେ ଦୁଇମାସ ହେବ ସେ କୃଷ୍ଣ ଓ ତାଙ୍କ ସ୍ତ୍ରୀ ଗିରଫ ହୋଇଥିଲେ। ତାଙ୍କ ସ୍ତ୍ରୀ ବି ଦଶପଲ୍ଲା ସବ୍ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ଅଛନ୍ତି।

ଗତକାଲି ରାତିରେ କୃଷ୍ଣ ଅସୁସ୍ଥ ଅନୁଭବ କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆଜି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a comment