କଳିଙ୍ଗ ଶିକ୍ଷା ସାଥୀ ଯୋଜନା
ଓଡିଶା ଫାଷ୍ଟ( ବ୍ୟୁରୋ) : ରାଜ୍ୟ ସରକାରଙ୍କ କଳିଙ୍ଗ ଶିକ୍ଷା ସାଥୀ ଯୋଜନା, ମୁଖ୍ୟମନ୍ତ୍ରୀ ମେଧାବୃତ୍ତି, ବିଜୁ ଯୁବ ସଶକ୍ତିକରଣ ଭଳି ବିଭିନ୍ନ ଯୋଜନା ଦ୍ଵାରା ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ମିଳୁଛି ଗୁଣାତ୍ମକ ଶିକ୍ଷା। ଶିକ୍ଷାର୍ଥୀଙ୍କ ଉଜ୍ଜଳ ଭବିଷ୍ୟତ ସୁନିଶ୍ଚିତ ହେବା ସହ ରାଜ୍ୟରେ ଶିକ୍ଷା ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏହା ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଶିକ୍ଷାର ବିକାଶ ହେଲେ ପ୍ରଗତି ଦ୍ରୁତତର ହେବ l ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ମହତ୍ୱପୂର୍ଣ୍ଣ ନିଷ୍ପତି ଅଟେ l