ଓଡ଼ିଶାକୁ ୨୦୧୬, ୧୭ ସମୂହ ଖାଦ୍ୟଶସ୍ୟ ଉତ୍ପାଦନ ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସରକାର ପକ୍ଷରୁ ୨୦୧୬ – ୧୭ “ସମୂହ ଖାଦ୍ୟଶସ୍ୟ ଉତ୍ପାଦନ” “ପ୍ରଶଂସା ପୁରସ୍କାର” ଓଡ଼ିଶାକୁ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୁରସ୍କାର କୃଷି ମନ୍ତ୍ରୀ ଡା ଅରୁଣ କୁମାର ସାହୁଙ୍କୁ ପ୍ରଦାନ କରିଛନ୍ତି । ଏହି ପୁରସ୍କାର ସହ ଏକ କୋଟି ନଗଦ ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି ।
ସୂଚନା ଅନୁଯାୟୀ, କର୍ଣ୍ଣାଟକ ତୁମ୍କର୍ରେ ଓଡ଼ିଶାକୁ “ସମୂହ ଖାଦ୍ୟଶସ୍ୟ ଉତ୍ପାଦନ ପ୍ରଶଂସା ପୁରସ୍କାର” ପ୍ରଦାନ କରିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଚାଷୀମାନେ ଆମ ଅର୍ଥନୀତିର ମେରୁଦଣ୍ଡ । କୃଷି ଉନ୍ନତ ହେଲେ ଚାଷୀର ଉନ୍ନତି ହେବ ।
ଏହି ପୁରସ୍କାର ଗ୍ରହଣ କରିବାପରେ କୃଷି ମନ୍ତ୍ରୀ କହିଥିଲେ, “ଚାଷୀଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁଦ୍ଧିବଦ୍ଧ । ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ଓ ଚାଷୀଙ୍କର ଆୟକୁ ଦ୍ୱିଗୁଣିତ କରିବା ପାଇଁ କୃଷି ନୀତି ସହ ମୁଖ୍ୟମନ୍ତ୍ରୀ ଯେଉଁ ଯୋଜନା କରିଥିଲେ ତାହା ସଫଳ ହୋଇଛି” ।