ବିଭିନ୍ନ ସ୍ଥାନରେ ବର୍ଷା, ନୂଆ ବର୍ଷରେ ହାଡଭଙ୍ଗା ଶୀତ

0

ଓଡିଶା ଫାଷ୍ଟ( ବ୍ୟୁରୋ) : ସାରା ଶୀତର ମାତ୍ରା ବଢିବାରେ ଲାଗିଛି । ବର୍ଷ  ଶେଷକୁ ଏହାର ପ୍ରଭାବ ବଢିବାରେ ଲାଗିଛି । ଓଡ଼ିଶା ଉପରେ ଥିବା ଟ୍ରପ୍‌ ଲାଇନ୍‌ ପ୍ରଭାବରେ ରାଜ୍ୟର ବହୁତ ସ୍ଥାନରେ ବର୍ଷା ହୋଇଛି। ବାରିପଦା,  ଝାରସୁଗୁଡ଼ା ଓ ଫୁଲବାଣୀ, ବାଲେଶ୍ୱର, ଭଦ୍ରକରେ  ବର୍ଷା ହୋଇଛି। ଭୁବନେଶ୍ୱର ସମେତ କିଛି ସ୍ଥାନରେ ଅଳ୍ପ ପରିମାଣର ବର୍ଷା ହୋଇଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଗୌରାଙ୍ଗ ଚରଣ ବେହେରା କହିଛନ୍ତି।

ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ହେଉଛି କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା। ହେଲେ ଅନ୍ୟ ସ୍ଥାନମାନଙ୍କରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ବର୍ଷା ହେବାର କୌଣସି ଆଶଙ୍କା ନାହିଁ। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଭବାନୀପାଟଣା ଓ ପାରାଦୀପରେ ଘନ କୁହୁଡ଼ି ହୋଇଛି। ତା’ ସହିତ ଆସନ୍ତାକାଲି ଆହୁରି କିଛି ଜିଲ୍ଲାରେ ଘନ କୁହୁଡ଼ି ହେବାର ସତର୍କ ସୂଚନା ଜାରି କରାଯାଇଛି।

ଏହି ଜିଲ୍ଲା ଗୁଡ଼ିକ ହେଉଛି-ଅନୁଗୋଳ, ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ରାୟଗଡ଼ା ଓ ଗଜପତି।” 1 ତାରିଖ ବେଳକୁ ଅଧିକ ଥଣ୍ଡା ଅନୁଭୂତ ହୋଇପାରେ। ତାପମାତ୍ରା 10 ଡିଗ୍ରୀ ପାଖାପାଖି ଆସିଯିବ ବୋଲି ଅନୁମାନ କରୁଛୁ। ଜାନୁଆରୀ ପ୍ରଥମ ସପ୍ତାହ ଯାଏ ଶୀତର ପରିମାଣ ଅଧିକା ରହିବ। ତା’ପରେ ଶୀତର ପରିମାଣ କ୍ରମଶଃ କମିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପରିମାଣ ଅଧିକା ରହିବ। ହେଲେ ଉପକୂଳ ଅଞ୍ଚଳରେ ଆଭ୍ୟନ୍ତରୀଣ ଅଞ୍ଚଳଠାରୁ ଟିକେ ଅଧିକ ଶୀତ ହେବ।”

Leave a comment