୨୭ରେ ଓଡ଼ିଶା ଆସିବେ ଉପ ରାଷ୍ଟ୍ରପତି

0

ଆସନ୍ତା 27ରେ ଓଡ଼ିଶା ଆସିବେ ଉପ ରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ। ବଲାଙ୍ଗିରରେ ନିର୍ମିତ ବିପିଏସିଏଲ୍ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟର ଉଦଘାଟନ କରିବେ। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ।ଗ୍ୟାସ ବିତରଣ ସୁଗମ କରିବା ଲାଗି ବିପିସିଏଲ୍ ପକ୍ଷରୁ ୧୦୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ପ୍ଲାଣ୍ଟ। ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଏଠାରେ ରିଫିଲିଂ ହୋଇପାରିବ ୨୦୧୮ ମେ’ ୧୧ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶିଳାନ୍ୟାସ କରିଥିଲେ। ତେବେ ଧାର୍ଯ୍ୟ ସମୟଠାରୁ କମ୍ ସମୟ ମାତ୍ର ୧୯ ମାସରେ ନିର୍ମାଣ ଶେଷ ହୋଇ ରେକର୍ଡ କରିଛି ଏହି ପ୍ଲାଣ୍ଟ। ଏହି ପ୍ଲାଣ୍ଟରୁ ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲାକୁ ସିଲିଣ୍ଡର ଯୋଗାଇ ଦିଆଯିବ।

Leave a comment
<p>You cannot copy content of this page</p>