ଭାଙ୍ଗୁଛି ଶିବସେନl, ବିଜେପିରେ ଯୋଗ ଦେଲେ ୪୦୦ ଶିବସୈନିକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାରାଷ୍ଟ୍ରରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବାର ସପ୍ତାହେ ନ ପୁରୁଣୁ ଦଳରେ ବିଦ୍ରୋହ ପରିଲକ୍ଷିତ ହୋଇଛି । ବିଜେପିକୁ ଛାଡ଼ି କଂଗ୍ରେସ ଓ ଏନସିପି ସହ ମିଶି ଶିବସେନାର ସରକାର ଗଠନକୁ ଅନେକ ଶିବସୈନିକ ନାପସନ୍ଦ କରିଛନ୍ତି । ପ୍ରଥମ ଦିନରୁ ହିଁ ଏଭଳି ବିରୋଧାଭାସ ଦେଖିବାକୁ ମିଳିଥିଲା । ହେଲେ ୪୦୦ ଶିବସୈନିକ ଦଳ ଛାଡି ବିଜେପିରେ ସାମିଲ ହେବା ପରେ ଏହା ସ୍ପଷ୍ଟ ହୋଇଛି । ଏହା ଦଳକୁ ଏକ ବଡ଼ ଝଟକା ବୋଲି କୁହାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଧାରଭିଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୪୦୦ ଶିବସୈନିକ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଶିବସେନା ଛାଡ଼ିଥିବା ଏହି ଶିବସୈନିକମାନେ କହିଛନ୍ତି ଯେ, ଶିବସେନା ସରକାର ଗଠନ ପାଇଁ ହିନ୍ଦୁ ବିରୋଧୀ ଏବଂ ଭ୍ରଷ୍ଟାଚାରରେ ଜଡ଼ିତ ଦଳ ସହ ହାତ ମିଳାଇଛି , ଯାହାକୁ ସେମାନେ ଗ୍ରହଣ କରିପାରୁନାହାନ୍ତି । ଯେଉଁମାନଙ୍କୁ ଶିବସେନା ବିରୋଧ କରିଆସିଥିଲା, ଏବେ ସେମାନଙ୍କ ସହ ମିଶି ସରକାର ଗଢ଼ିଥିବା ହେତୁ ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ବି ସେମାନେ କହିଛନ୍ତି ।

Leave a comment