ମନ୍ତ୍ରୀମଣ୍ଡଳ ଅଦଳବଦଳ ସମ୍ଭାବନା, ବାଦ ପଡ଼ିପାରନ୍ତି ୪ ମନ୍ତ୍ରୀ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମୟ ପୂର୍ବରୁ ସରିଲା ବିଧାନସଭା ଶୀତକାଳୀନ ଅଧିବେସନ । ବର୍ତ୍ତମାନ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ନେଇ ଚାଲିଛି ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଥିବା ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ । ଏହି କାର୍ଡ ଆଧାରରେ ୪ଜଣ ମନ୍ତ୍ରୀ ନିଜ ପଦ ହରାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେହିପରି ବିବାଦରେ ଛନ୍ଦି ହୋଇଥିବା ମନ୍ତ୍ରୀ ନିଜ ପଦ ହରାଇବା ସମ୍ଭାବନା ରହିଛି । ଏହି ଅଦଳ ବଦଳ ଆସନ୍ତା ବର୍ଷରେ ହେବ ବୋଲି ଦଳରେ ଚର୍ଚ୍ଚା ହେଉଛି ।

ସେହିପରି କିଛି ପୂର୍ବତନ ବରିଷ୍ଠ ମନ୍ତ୍ରୀଙ୍କୁ ଏହି ପଦରେ ସାମିଲ କରାଯିବା ନେଇ ବିଚାରବିମର୍ଷ ଚାଲିଥିବା ବେଳେ ଏହି ରେସ ରେ ଅତନୁ ସବ୍ୟସାଚୀ ନାୟକ, ରାତା ସାହୁ, ପ୍ରତାପ ଦେବ ଓ ସୌମ୍ୟରଞ୍ଜନ ପଟ୍ଟନାୟକ ନାଁ ଆଗରେ ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।

Leave a comment