ଭଙ୍ଗାହେବ ଭୁବନେଶ୍ୱର ଲିଙ୍ଗରାଜ ମାର୍କେଟ କମ୍ଲେକ୍ସ, ବ୍ୟବୟାସୀ ସଂଘର ବିରୋଧ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବିଏମସି ଭାଙ୍ଗିବ ଭୁବନେଶ୍ୱର ଲିଙ୍ଗରାଜ ମାର୍କେଟ କମ୍ଲେକ୍ସ । ଏହାକୁ ବିରୋଧ କରି ଆନ୍ଦୋଳନକୁ ଓଲ୍ହାଇବାକୁ ବ୍ୟବୟାସୀ ସଂଘ ଅଣ୍ଟା ଭିଡ଼ିଲେଣି ।
ସୂଚନା ଅନୁଯାୟୀ, ଲିଙ୍ଗରାଜ ମାର୍କେଟ କମ୍ଲେକ୍ସ ଶୁକ୍ରବାର ଭଙ୍ଗାଯିବା ନେଇ ବିଏମସି ଘୋଷଣା କରିସାରିଛି । ମାତ୍ର ବ୍ୟବୟାସୀ ସଂଘ ଏହାର ବରୋଧ କରୁଛନ୍ତି । କାରଣ ଲିଙ୍ଗରାଜ ମାର୍କେଟ କମ୍ଲେକ୍ସରେ ୧୦୧ ଜଣ ବ୍ୟବସାୟ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ୪୮ଜଣ ବ୍ୟବସାୟୀଙ୍କ ଥଇଥାନ କରାଯାଇଛି । ସେହିପରି ନୂଆ ବଜାରରେ ବେଆଇନ ଭାବେ ବ୍ୟବସାୟୀଙ୍କୁ ଦୋକାନ ଦିଆଯାଇଥିବା ମଧ୍ୟ ଅଭିଯୋଗ ଆସୁଛି ।
ଅପରପକ୍ଷରେ ଗତକାଲି ବ୍ୟବସାୟୀ ସଂଘ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସରକାର ଯଦି ଥଇଥାନ ପାଇଁ ଉଚିତ ପଦକ୍ଷପ ନ ନିଅନ୍ତି ତେବେ ସେମାନେ ଆନ୍ଦୋଳନକୁ ଓଲ୍ହାଇବେ ।