ଶଙ୍କରାଚାର୍ଯ୍ୟଙ୍କୁ ନେଇ ନରସିଂହଙ୍କ ବୟାନ ନିନ୍ଦନୀୟ: ବିଜେପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୋବର୍ଦ୍ଧନ ମଠ ଏବଂ ଜଗନ୍ନାଥ ସଂସ୍କୃତିର ଆସ୍ଥା କେନ୍ଦ୍ରକୁ କଂଗ୍ରେସ ପ୍ରହାର କରିଥିବା ଅଭିଯୋଗ ଆଣିଛି ରାଜ୍ୟ ବିଜେପି । ଶଙ୍କରାଚାର୍ଯ୍ୟଙ୍କୁ ନେଇ ନରସିଂହ ମିଶ୍ର ପ୍ରଶ୍ନ ଉଠାଇବା ପ୍ରସଙ୍ଗରେ ଆଜି ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଏବଂ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଞ୍ଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନା ଅନୁଯାୟୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଶଙ୍କରାଚାର୍ଯ୍ୟଙ୍କର ଶିକ୍ଷା ଓ ଜାତିକୁ ନେଇ ପ୍ରମାଣ ମାଗିବାକୁ ନେଇ ବିଜେପି କହିଛି, ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିବା ନରସିଂହ ମିଶ୍ର ଓ କଂଗ୍ରେସ ଦଳର ହିନମନ୍ୟତାର ପରିଚୟ । ଜାଣିଶୁଣି ନରସିଂହ ମିଶ୍ର ଲୋକଙ୍କ ଭାବନାକୁ ଆଘାତ ଦେଇଛନ୍ତି । ସାଢେ ୪ କୋଟି ଓଡିଶାବାସୀଙ୍କୁ ସେ କ୍ଷମା ମାଗନ୍ତୁ ।

ସେହିପରି ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି, ଶ୍ରୀ ମିଶ୍ର ପୁଜ୍ୟ ଶଙ୍କରାଚାର୍ଯ୍ୟଙ୍କର ଶିକ୍ଷା ଓ ଜାତିକୁ ନେଇ ପ୍ରମାଣ ମାଗିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ପୁରୀ ମଠାଧିଶ ବୋଲି ବିଚରାଳୟରେ ମଧ୍ୟ ପୁର୍ବରୁ ପ୍ରମାଣିତ ହୋଇସାରିଛି । ବୈଦିକ ଗଣିତ ଉପରେ ୫୦ରୁ ଅଧିକ ପୁସ୍ତକ ରଚନା କରିବା ସହ ବେଦ ସହିତ ଗଣିତକୁ ଯୋଡିବା ଭଳି ବିରଳ ବିଦ୍ୟାର ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଅଧିକାରି ଯାହା ସମସ୍ତେ ଜାଣନ୍ତି । ନରସିଂହ ବାବୁ ଜାଣିସୁଣି ଜଗନ୍ନାଥ ସଂସ୍କୃତିକୁ ନିଚା ଦେଖାଇବାକୁ ଯାଇ ସାଢେ ୪ କୋଟି ଓଡିଆ ଲୋକଙ୍କର ଆସ୍ଥା ଓ ବିଶ୍ୱାସ ଓ ଭାବନାକୁ ଆଘାତ ଦେଇଛନ୍ତି । ନରିସଂହ ପୁର୍ବରୁ ଆଇନ ମନ୍ତ୍ରୀ ଥିବାବେଳେ ଜଗଦଗୁରୁଙ୍କ ପ୍ରତି ଏକ ବିବାଦିୟ ମନ୍ତ୍ୟବ ଦେଇଥିଲେ ଯାହାକୁ ନେଇ ସେ ବିବାଦ ଘେରକୁ ଆସିଥିଲେ । ତେଣୁ ନରସିଂହ ବାବୁ ଅବିଳମ୍ବେ ଏଭଳି ମନ୍ତ୍ୟବ ପାଇଁ କ୍ଷମା ମାଗନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।

Leave a comment