ଗିରଫ ଭୟରେ ଇନ୍ସପେକ୍ଟର ବିକ୍ରମ ଜେନା ଫେରାର !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୋର୍ଦ୍ଧା ପୋଲିସ କାର୍ଯ୍ୟରେ ଯୋଗଦେବାକୁ ଇନ୍ସପେକ୍ଟର ବିକ୍ରମ ଜେନାଙ୍କୁ ଜାରି କରିଛି ନୋଟିସ । ପୂର୍ବରୁ ବେଆଇନ ପଥରଖଣି ମାମଲାରେ ସଂପୃକ୍ତି ନେଇ ଇନ୍ସପେକ୍ଟର ବିକ୍ରମଙ୍କୁ ଜେରା କରାଯାଇଥିଲା । ଜେରା ପରେ ବିକ୍ରମ ଛୁଟିରେ ଯାଇଥିଲେ ମାତ୍ର ଆଉ ଫେରିନଥିଲେ ।

ସୂଚନା ଅନୁଯାୟୀ, ଇନ୍ସପେକ୍ଟର ବିକ୍ରମ ଛୁଟିରେ ଯାଇ ନଫେରିବାରୁ ତାଙ୍କ ଜଗତସିଂହପୁର ସ୍ଥିତ ଘରକୁ ସମାନ ପଠାଯାଇଛି । ମାତ୍ର ବିକ୍ରମ ଘରେ ନଥିବାରୁ ସେ ଗିରଫଦାରୀ ଭୟରେ ଫେରାର ହୋଇଯାଇଥିବା ଖୋର୍ଦ୍ଧା ପୋଲିସ ଅନୁମାନ କରୁଛି ।
 
ସେହିପରି ପୂର୍ବରୁ ଖୋର୍ଦ୍ଧା ଟାଉନ ଥାନାରେ ଥିବା ଆଉ ଜଣେ ଥାନା ଅଧିକାରୀ ତଥା ଏବେ ବାଲେଶ୍ୱର ପୁଲିସରେ କାର୍ଯ୍ୟରତ ଜଣେ ଇନ୍ସପେକ୍ଟର ମଧ୍ୟ ଫେରାର ହୋଇଛନ୍ତି । ଏସଟିଏଫ ସେମାନଙ୍କୁ ଖୋଜୁ ଠାବ ବେଳେ ସେମାନେ ଲୁଚି ରହି ଆଗୁଆ ଆଭ୍ୟନ୍ତରୀଣ ଜାମିନ ପାଇଁ ଆବେଦନ କରିଥିବା ସୂଚନା ମିଳିଛି ।

ଅପରପକ୍ଷରେ ତହସିଲଦାର ଶୁଭେନ୍ଦ୍ର ସାମଲଙ୍କ ସହ ୫ଜଣ ସରକାରୀ ଅଫିସର ଏବେ ଚିନ୍ତାରେ ପଡିଯାଇଛନ୍ତି । ସମସ୍ତେ ନିଜ ନିଜ କ୍ଷମତା ବଳରେ ଏସଟିଏଫ ଉପରେ ଚାପ ପକାଇ ମାମଲାକୁ ରଫାଦଫା କରିବାକୁ ଚେଷ୍ଠା କରୁଛନ୍ତି । ବିଶେଷ କରି ନିଜ ନାଁ ତାଲିକାରୁ କାଟିବାକୁ ଯୋଜନା କରୁଛନ୍ତି । ଫଳରେ ବିଭିନ୍ନ ଆଡୁ ଏସଟିଏଫ ଉପରେ ଚାପ ପଡୁଛି ।

Leave a comment