ସାଂସଦ ଅପରାଜିତା ଭଡାଟିଆ ଗୁଣ୍ଡା ଲଗାଇ କଲେ ଆକ୍ରମଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ତାଙ୍କ ସମର୍ଥକ ଦେବାଶିଷ ନାୟକଙ୍କ ନାଁରେ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ । ହରେକୃଷ୍ଣଙ୍କ ଅଭିଯୋଗ ଅନୁସାରେ ତାଙ୍କ ଉପରକୁ ହୋଇଥିବା ଆକ୍ରମଣ ସାଂସଦ ଅପରାଜିତାଙ୍କ ନିର୍ଦ୍ଦେଶରେ ହୋଇଛି । ହରି ପୂର୍ବରୁ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାକଳାପ ବିରୁଦ୍ଧରେ ସଂଗଠନ ଦାୟିତ୍ୱରେ ଥିବା ଦଳୀୟ ସାଧାରଣ ମାନସ ମହାନ୍ତିଙ୍କୁ ଚିଠି ଲେଖି ଅନେକ ଅଭିଯୋଗ କରିଥିଲେସଂପାଦକ । ଏପରିକି ଅପରାଜିତା ବିଜେପି କର୍ମୀଙ୍କୁ ନିଜ ପିଅନ ଭଳି ବ୍ୟବହାର କରୁଥିବା ଅଭିଯୋଗ କରିଥିଲେ ।

ରାଜ୍ୟ ବିଜେପିରେ ଚାଲିଥିବା ଗୋଷ୍ଠି କନ୍ଦଳ ଆଜିର ଘଟଣା ପରେ ଜଳଜଳ ହୋଇ ପଦାକୁ ଦେଖାଗଲାଣି । ଦଳ ମଧ୍ୟରେ ନିଜ ଦବଦବା ଦେଖିବାକୁ ଚାଲିଥିବା ଟଣାଓଟରା ଆଜି ସାଂଘାତିକ ରୂପ ଗ୍ରହଣ କରିଛି ।

ସୂଚନା ଅନୁଯାୟୀ, ଏକାମ୍ର ହାଟ ଗେଟ ସମ୍ମୁଖରେ ଥିବା ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ଅଫିସରେ ହରେକୃଷ୍ଣ ବସିଥିବା ସମୟରେ ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଛି । କିଛି ଯୁବକ ମୁହଁରେ କଳାପଟି ବାନ୍ଧି ହକି ଷ୍ଟିକ ସାହାଯ୍ୟରେ ହରିଙ୍କ ଉପରକୁ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଆକ୍ରମଣରେ ହରିଙ୍କ ଗୋଡ଼ର ଗଭୀର କ୍ଷତ ସୃଷ୍ଟି ହୋଇଛି ।

ରାଜ୍ୟ ବିଜେପିର ଅନ୍ୟକିଛି ଅସନ୍ତୁଷ୍ଟ ଗୋଷ୍ଠି ଯେକି ଏହି ପଦ ପାଇଁ ଆଶାୟୀ ଥିଲେ ଏପରି ଘଟଣା ଘଟାଇଛନ୍ତି । ଏହି ଆକ୍ରମଣ ସମୟରେ ଭୁବନେଶ୍ୱର ଯୁବମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟ ସେଠାରେ ଉପସ୍ଥିତ ଥିଲେ । ଦୁର୍ବୃତ୍ତମନେ ହରିଙ୍କ ଅଫିସ ଭାଙ୍ଗି ଚୁରମାର କରିଦେଇଛନ୍ତି ।

ଅପରପକ୍ଷରେ ଏହି ଘଟଣାକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Leave a comment