ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ ମରଣାନ୍ତକ ଆକ୍ରମଣ

0

ଓଡିଶା ଫାଷ୍ଟ(ବ୍ୟୁରୋ): ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ।

ସୂଚନା ଅନୁଯାୟୀ, ଏକାମ୍ର ହାଟ ଗେଟ ସମ୍ମୁଖରେ ଥିବା ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ଅଫିସରେ ହରେକୃଷ୍ଣ ବସିଥିବା ସମୟରେ ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଛି । କିଛି ଯୁବକ ହକି ଷ୍ଟିକ ଓ କୋଦାଳ ବେଣ୍ଟ ସାହାଯ୍ୟରେ ହରିଙ୍କ ଉପରକୁ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ବିଜେପିର ଅନ୍ୟକିଛି ଅସନ୍ତୁଷ୍ଟ ଗୋଷ୍ଠି ଯେକି ଏହି ପଦ ପାଇଁ ଆଶାୟୀ ଥିଲେ ଏପରି ଘଟଣା ଘଟାଇଛନ୍ତି । ଏହି ଆକ୍ରମଣ ସମୟରେ ଭୁବନେଶ୍ୱର ଯୁବମୋର୍ଚ୍ଛା ସଭାପତି ଅଭିଷେକ ଆଚାର୍ଯ୍ୟ ସେଠାରେ ଉପସ୍ଥିତ ଥିଲେ । ଦୁର୍ବୃତ୍ତମନେ ହରିଙ୍କ ଅଫିସ ଭାଙ୍ଗି ଚୁରମାର କରିଦେଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।

Leave a comment