ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବିଜେଡି ବିଧାୟକଙ୍କ ବୈଠକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ଶୀତ ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକିଛନ୍ତି ବିଜେଡି ବିଧାୟକଙ୍କ ବୈଠକ । କାରଣ ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ଘେରିବାକୁ ଅନେକ ବିଷୟ ଅସ୍ତ୍ର ରୂପେ ପ୍ରସ୍ତୁତ କରିଛନ୍ତି । ନବୀନ ବାବୁଙ୍କ ପଞ୍ଚମ ପାଳି ସରକାରରେ ଅନେକ ନୂଆମୁହଁକୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଛନ୍ତି । ଗତ ଅଧିବେଶନରେ ସେମାନଙ୍କ ମଧ୍ୟରୁ କିଛି ମନ୍ତ୍ରୀ ଠିକ ଭାବେ ଡାଟା ସଂଗ୍ରହ ନକରି ବିଧାନସଭାରେ ସମାଲୋଚନାର ଶିକାର ହୋଇଥିଲେ । ତେଣୁ ଏଥର ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଜେଡି ବିଧାୟକଙ୍କ ବୈଠକ ଡାକିଛନ୍ତି । ଏହି ବୈଠକରେ ବିରୋଧୀ କେଉଁ କେଉଁ ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରିବେ ସେନେଇ ଅଲୋଚନ ହେବା ସହ ଶାସକ ଦଳ କିପରି ଏହାର ଉତ୍ତର ଦେବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଦେବେ କିଛି ଟିପସ ।

ସୂଚନା ଅନୁଯାୟୀ, ପୂର୍ବରୁ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, ସ୍ମିତାରାଣୀ ମୃତ୍ୟୁ ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ବିଧାନସଭାକୁ ଅଚଳ କରାଯିବ । ତେଣୁ ବିଜେପିର ସରକାରଙ୍କୁ ଘେରିବା ମୁଖ୍ୟ ଆଭିମୁଖ୍ୟ ସ୍ମିତାରଣୀ ରହିବ ସେହିପରି ଚାଷୀମୃତ୍ୟୁ, ଫନି ବାତ୍ୟା ସହସ୍ୟତା, ପୁରୀର ଉଚ୍ଛେଦ ପ୍ରକ୍ରିୟା ପରେ କ୍ଷତିଗ୍ରସ୍ତଙ୍କ ଥଇଥାନ ଆଦି ପ୍ରମୁଖ ବିଷୟ ରହିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

Leave a comment