ଗୋଟିଏ ଗାଁରୁ ୫ଛାତ୍ର ନିଖୋଜ

ଓଡିଶା ଫାଷ୍ଟ(ବ୍ୟୁରୋ): ଗଜପତି ଜିଲ୍ଲାର ଜଙ୍ଗଲ ପାଡୁ ଗାଁରୁ ୫ ଜଣ ବାଳକ ନିଖୋଜ ହୋଇଥିବା ସୂଚନା ମିଳିଛି । ସେମାନେ ସମସ୍ତେ ଦଶମ ଶ୍ରେଣୀର ଛାତ୍ର । ସେମାନେ ହେଲେ ବିକ୍ରମ ଜେନା, ଶୁଭମ୍ ଜେନା, କାହ୍ନା ନାୟକ, ଡମ୍ବୁରୁ ନାୟକ ଓ ଚିନ୍ମୟ ଜେନା ।
ସୂଚନା ଅନୁଯାୟୀ, ଗଜପତି ଜିଲ୍ଲାର ଗୁରାଣ୍ଡି ଥାନା ଅଧିନସ୍ଥ ଜଙ୍ଗଲ ପାଡୁ ଗାଁର ୫ ଜଣ ବାଳକ ସକାଳ ୯ଟାରେ ସ୍କୁଲ ବାହାରି ଥିଲେ । ସ୍କୁଲ ଛୁଟି ହେବାପରେ ସେମାନେ ଘରକୁ ନଫେରିବାରୁ ସେମାନଙ୍କ ପରିବାର ଲୋକେ ବିଭିନ୍ନ ସ୍ଥାନରେ ସେମାନଙ୍କୁ ଖୋଜାଖୋଜି କରିଥିଲେ । ପିଲାମାନଙ୍କ ସମ୍ୱନ୍ଧରେ କୌଣସି ଖୋଜ ଖବର ନମିଳିବା ପରେ ଗୁରାଣ୍ଡି ଥାନାରେ ଏନେଇ ଅଭିଯୋଗ କରିଛନ୍ତି ।ନିଖୋଜ ଛାତ୍ର ମାନେ ଭିନ୍ନ ଭିନ୍ନ ସ୍କୁଲରେ ପଢୁଥିଲେ । ସେମାନେ ଆନ୍ଧ୍ରପ୍ରଦେଶ ପଳାଇ ଯାଇଥିବା ସେମାନଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି ।ଗୁରାଣ୍ଡି ଥାନା ପୋଲିସ ଏହି ନିଖୋଜ ପିଲାମାନଙ୍କୁ ଖୋଜିବା ପାଇଁ ଏକ ଟିମ ଗଠନ କରିଛି ।