ପିସିସି ପରିବର୍ତ୍ତନ ପଛରେ ନିରଞ୍ଜନଙ୍କ ତିନି ଶତ୍ରୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁଇଦିନ ତଳେ ପାନ୍ଥନିବାସରେ ବସିଥିଲା ବୈଠକ । ସମସ୍ତଙ୍କ ନଜର ଯାଇଥିଲା ମହମ୍ମଦ ମୋକିମଙ୍କ ଆଡକୁ । ମହମ୍ମଦ ମୋକିମ କୁଆଡେ ପିସିସି ସଭାପତି ହେବାକୁ ଇଛୁକ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଓଡ଼ିଶା ଫାଷ୍ଟ ଅନୁସନ୍ଧାନରୁ ଜଣାପଡିଛି ମୋକିମ ତ କେବଳ ଏକ ବାହାନା । ଏହା ପଛରେ ଅଛନ୍ତି ଅନ୍ୟ ନେତା ।

ନିରଞ୍ଜନଙ୍କ ନିଜ ଲୋକ ପାଖରୁ ମିଳିଥିବା ସୂଚନା ଅନୁଯାୟୀ, ସେମାନେ ତିନିଜଣ ନେତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି । ସେମାନେ ହେଉଛନ୍ତି ବିଶ୍ୱରଞ୍ଜନ ମହାନ୍ତି, ଶରତ ରାଉତ ଓ ଶରତ ପଟ୍ଟନାୟକ । ବିଶ୍ୱରଞ୍ଜନ ମହାନ୍ତି ଗୁଜୁରାଟରେ ପ୍ରଭାରୀ ରହିଛନ୍ତି । ନିକଟ ନିର୍ବାଚନରେ କଂଗ୍ରେସ ସେଠାରେ ଭଲ ପ୍ରଦର୍ଶନ ମଧ୍ୟ କରିଛି । ଶରତ ରାଉତ ମଧ୍ୟ ଏଆଇସିସି ସମ୍ପାଦକ ଅଛନ୍ତି । ଏବଂ ପଶ୍ଚିମବଙ୍ଗ ଦାୟିତ୍ୱରେ ଅଛନ୍ତି । ସେ ମଧ୍ୟ ପିସିସି ସଭାପତି ହେବାକୁ ଇଚ୍ଛୁକ । ସେହିପରି କଂଗ୍ରେସ ବରିଷ୍ଠ ନେତା ଶରତ ପଟ୍ଟନାୟକ ଯେକି ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ଟିମର ମେମ୍ବର ମଧ୍ୟରୁ ଜଣେ ସେ ମଧ୍ୟ ଏହି ପଦ ପାଇଁ ଆଶାବାନ୍ଧି ବସିଛନ୍ତି ।

ଅପରପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗତକାଲି କହିଛନ୍ତି, ଯଦି କେହି ତାଙ୍କୁ ଏହି ପଦରୁ ହଟାଇ ପାରିବ ତାକୁ ମୁଁ ଧନ୍ୟବାଦ ଦେବି ।

Leave a comment