ଚଳନ୍ତା ବସରୁ ବାହାରିଗଲା ୪ଚକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏକ ଚଳନ୍ତା ବସରୁ ବାହାରି ଗଲା ୪ଟି ଯାକ ପଛ ଚକ । ଏଭଳି ଏକ ଘଟଣା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିକଟ ମହେନ୍ଦ୍ରୀ ଗାଁ ନିକଟରେ ଘଟିଯାଇଛି । ବସରେ ଥିବା ୪୦ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ସମୟରେ ଉମରକୋଟରୁ କୋରାପୁଟ ଅଭିମୁଖେ ଯାଉଥିବା ଏକ ବସର ପଛ ୪ଟି ଚକ ବାହାରି ରାସ୍ତା କଡ଼କୁ ଗଡିଯାଇଥିଲା । ଡ୍ରାଇଭର ର ଉପସ୍ଥିତ ବୁଦ୍ଧି ଯୋଗୁଁ ସମସ୍ତ ୪୦ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।